ଆଜି ଠାରୁ ୩ ଦିନ ସମ୍ବଲପୁର ବନ୍ଦ

ଆଜି ଠାରୁ ୩ ଦିନ ସମ୍ବଲପୁର ବନ୍ଦ

ଆଜି ଠାରୁ ୩ ଦିନ ସମ୍ବଲପୁର ବନ୍ଦ
ସମ୍ବଲପୁର - ପୁଣି ଜୋର ଧରିଲା ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ଏନେଇ ଆଜି ଠାରୁ ୩ ଦିନ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି । ୨ଟି ସଂଗଠନ ପକ୍ଷରୁ ଆଜି, ୨୩ ଓ ୨୪ ତାରିଖ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି । ପଶ୍ଚିମ ଓଡ଼ିଶା ନାଗରିକ କ୍ରିୟାନୁଷ୍ଠାନ କମିଟି, ଓକିଲ ସଂଘ ସିଏସି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ତେବେ ଏହି ବନ୍ଦ ଡାକରା ସମୟରେ ଦୋକାନ ବଜାର, ବ୍ୟାଙ୍କ, ଡାକଘର ଓ ଶିକ୍ଷାନୁଷ୍ଠାନ ଖୋଲା ରହିବ । ତେବେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ପ୍ରତି ମାସର ଶେଷ ୩ଟି କାର୍ଯ୍ୟ ଦିବସରେ ବନ୍ଦ ପାଳ ନପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ଆଜି କୋର୍ଟ ବନ୍ଦ ଯୋଗୁଁ ବିଚାରପତି ଧାରଣାସ୍ଥଳ କଚେରି ଛକରୁ ଫେରିଯାଇଥିବା ଜଣାଯାଇଛି ।