ନରସିଂହ କ୍ଷମା ମାଗନ୍ତୁ: ବିଜେପି

ନରସିଂହ କ୍ଷମା ମାଗନ୍ତୁ: ବିଜେପି

ନରସିଂହ କ୍ଷମା ମାଗନ୍ତୁ: ବିଜେପି
ଭୁବନେଶ୍ୱର: ଶଙ୍କରାଚାର୍ଯ୍ୟଙ୍କ ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ମନ୍ତବ୍ୟକୁ ବିଜେପି ପକ୍ଷରୁ ବିରୋଧ କରାଯାଇଛି । ଏନେଇ ଖୋଦ ନରସିଂହଙ୍କ ସମେତ କଂଗ୍ରେସ ଦଳ କ୍ଷମା ମାଗନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ଶଙ୍କରାଚାର୍ଯ୍ୟଙ୍କ ସାଙ୍ଗିଆ, ଶିକ୍ଷା ଓ ଜାତିର ପ୍ରମାଣ ମାଗିବା ହୀନମଣ୍ୟତା । ନରସିଂହ ମିଶ୍ର ଜାଣିଶୁଣି ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛନ୍ତି । ଜଗଦଗୁରୁଙ୍କ ପ୍ରତି ଅପମାନଜନକ ଶବ୍ଦ ଜାଣିଶୁଣି ପ୍ରୟୋଗ କରିଛନ୍ତି । ଜଗନ୍ନାଥପ୍ରେମୀଙ୍କ ଆଶା, ବିଶ୍ୱାସ ଓ ଭାବାବେଗକୁ ନରସିଂହ ମିଶ୍ର ଆଘାତ ଦେଇଥିବା ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିବା ସହ ଶ୍ରୀ ମିଶ୍ର ଏନେଇ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ।