ଚୀନ ସୁଦିର୍ମାନ କପ ଚମ୍ପିଆନ

ଚୀନ ସୁଦିର୍ମାନ କପ ଚମ୍ପିଆନ

ଚୀନ ସୁଦିର୍ମାନ କପ ଚମ୍ପିଆନ
ନାନିଙ୍ଗ (ଚୀନ): ଏଠାରେ ଖେଳାଯାଉଥିବା ସୁଦିର୍ମାନ କପ ବ୍ୟାଡମିଂଟନ ଟାଇଟଲ ହାସଲ କରିଛି ଆୟୋଜକ ଚୀନ । ଏହାକୁ ମିଶାଇ ଚୀନ ୧୧ ଥର ସୁଦିର୍ମାନ କପ ଚମ୍ପିଆନ ହୋଇଛି । ରବିବାର ଖେଳାଯାଇଥିବା ଫାଇନାଲରେ ଚୀନ ୩-୦ରେ ଜାପାନକୁ ପରାସ୍ତ କରିଥିଲା । ପୁରୁଷ ଡବଲସରେ ଜାପାନକୁ ହରାଇ ଚୀନ ୧-୦ରେ ଆଗୁଆ ହୋଇଥିଲା । ଏହାପରେ ମହିଳା ସିଙ୍ଗଲସରେ ମଧ୍ୟ ଚୀନ ଦଳ ବିଜୟୀ ହୋଇ ୨-୦ରେ ଆଗୁଆ ରହିଥିଲା । ପୁରୁଷ ସିଙ୍ଗଲସରେ ଜାପାନର ମୋମୋଟା ବିଜୟୀ ହେବ ବୋଲି ଆଶା କରାଯାଉଥିଲା । ପୁରୁଷ ସିଙ୍ଗଲସରେ ମୋମୋଟାଙ୍କ ମୁକାବିଲା ଚୀନର ସିଙ୍କ ସହ ହୋଇଥିଲା । ଏହି ମ୍ୟାଚରେ ମୋମୋଟା ପ୍ରଥମ ଗେମରେ ୨୧-୧୫ରେ ବିଜୟୀ ହୋଇଥିଲେ । ତେବେ ଦ୍ୱିତୀୟ ଗେମରେ ସି ୨୧-୫ରେ ବିଜୟୀ ହୋଇ ଖେଳକୁ ସମାନସ୍ତରକୁ ୍ରାଣିଥିଲେ । ତୃତୀୟ ତଥା ନିର୍ଣ୍ଣାୟକ ଗେମରେ ସି ଚମକôାର ପ୍ରଦର୍ଶନ କରି ୨୧-୨୧ ଗେମରେ ବିଜୟୀ ହେବାରୁ ଚୀନ୩-୦ ରେ ସୁଦିର୍ମାନ କପ ଫାଇନାଲରେ ଦକ୍ଷିଣ କୋରିଆ ନିକଟରୁ ପରାସ୍ତ ହୋଇଥିଲା ।