ଆଇପିଏଲ ୨୦୨୧ ପାଇଁ ମିନି ନିଲାମି

ଆଇପିଏଲ ୨୦୨୧ ପାଇଁ ମିନି ନିଲାମି

ଆଇପିଏଲ ୨୦୨୧ ପାଇଁ ମିନି ନିଲାମି
ମୁମ୍ବାଇ: ଆଉ ଚାରି ମାସ ପରେ ଆଇପିଏଲରେ ପରବର୍ତ୍ତୀ ସଂସ୍କରଣ ଖେଳାଯିବ । ଏଥିଲାଗି ବିସିସିଆଇ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ କରି ସାରିଲାଣି । ତେବେ ଆସନ୍ତାବର୍ଷ ଆଇପିଏଲର ମେଗା ନିଲାମ ହେବ ନାହିଁ । କେବଳ ଏକ ମିନି ବା ଛୋଟ କାଟିଆ ନିଲାମ ଫେବୃୟାରୀ ମାସ ମଧ୍ୟ ଭାଗରେ ଆୟୋଜିତ ହେବ । ପୂର୍ଣ୍ଣକାଳୀନ ନିଲାମ ଆୟୋଜନ ୨୦୨୨ ରେ କରାଯିବ । ଗୁରୁବାର ବସିବାକୁ ଥିବା ବିସିସିଆଇ ବାର୍ଷିକ ସାଧାରଣ ବୈଠକରେ ଏଥିନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ପୂର୍ବରୁ ୨୦୨୧ ରେ ହିଁ ମେଗା ନିଲାମ କରିବାକୁ ବିସିସିଆଇ ଚିନ୍ତା କରୁଥିଲା । ତେବେ ସମୟ ଅନୁମତି ଦେବ ନାହିଁ ବୋଲି ହୃଦୟଙ୍ଗମ କରି ଏହାକୁ ଗୋଟିଏ ବର୍ଷ ଗଡ଼ାଇ ଦେବାକୁ ନିଷ୍ପତ୍ତି ନେଇଛି । ଅନ୍ୟ ପକ୍ଷରେ ସୟଦ ମୁସ୍ତାକ ଅଲ୍ଲୀ ଘରୋଇ ଟ୍ୱେଣ୍ଟି-୨୦ ଜାନୁଆରି ୧୦ ରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ଖେଳାଯିବ ।