କାହିଁକି ରାଗିଗଲେ ଗମ୍ଭୀର

କାହିଁକି ରାଗିଗଲେ ଗମ୍ଭୀର

କାହିଁକି ରାଗିଗଲେ ଗମ୍ଭୀର
ନୂଆଦିଲ୍ଲୀ : ଦିଲ୍ଲୀ ଆଣ୍ଡ ଡିକ୍ଟି୍ରକ୍ଟସ କି୍ରକେଟ ଆସୋସିଏସନ (ଡିଡିସିଏ) ବାର୍ଷିକ ସାଧାରଣ ପରିଷଦ (ଏଜିଏମ) ବୈଠକରେ ତୁମୁଳ କାଣ୍ଡ ଘଟିଛି । ସର୍ବସମ୍ମତିକ୍ରମେ ଅନୁମୋଦିତ ଏଜେଣ୍ଡାକୁ ବିରୋଧ କରି କ୍ଷମତାରେ ଥିବା ଯୁଗ୍ମ ସମ୍ପାଦକ ରାଜନ ମନଚନ୍ଦାଙ୍କୁ ବିରୋଧୀ ସଦସ୍ୟ ମକସୁଦ ଆଲାମ ଥାପଡ ମାରିବା ଏବଂ ଉଭୟ ପକ୍ଷ ହାତାହାତି ହେବା ଘଟଣାରଭିଡିଓ ଭାଇରାଲ ହୋଇଛି । ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବତନ କି୍ରକେଟର ତଥା ଭାଜପା ସାଂସଦ ଗୌତମ ଗମ୍ଭୀର । ‘ଡିଡିସିଏ ଲଜ୍ଜାଜନକ ଭାବେ ଶୂନ୍ୟରେ ଅଲ ଆଉଟ ହୋଇଗଲା’ ବୋଲି ଟ୍ୱିଟ କରି ଗମ୍ଭୀର ବିସିସିଆଇ ହସ୍ତକ୍ଷେପ ଲୋଡ଼ିଛନ୍ତି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ସାହାଙ୍କୁ ଟ୍ୱିଟ କରି ଗମ୍ଭୀର ଲେଖିଛନ୍ତି ‘ତୁରନ୍ତ ଓ ନିଶ୍ଚିତ ଭାବେ ଡିଡିସିଏକୁ ଭାଙ୍ଗି ଦିଆଯାଉ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଜୀବନ ବାସନ୍ତ କରାଯାଉ । ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଆଶା କରିଛନ୍ତି ୨୦୧୧ ବିଶ୍ୱକପ ବିଜେତା ଗମ୍ଭୀର । ବଦର ଡୁରେଜ ଅହମ୍ମଦଙ୍କ ବଦଳରେ ଅବସରପ୍ରାପ୍ତ ବିଚାରପତି ଦୀପକ ବର୍ମାଙ୍କୁ ଡିଡିସିଏର ନୂଆ ଲୋକପାଳ ନିଯୁକ୍ତ କରାଯିବା ପରେ ସମ୍ପାଦକ ବିନୋଦ ତିହାରାଙ୍କ ସମର୍ଥକମାନେ ଗଣ୍ଡଗୋଳ କରିଥିଲେ । ସେମାନେ ବିଧାୟକ ଓମ୍ ପ୍ରକାଶ ଶର୍ମାଙ୍କୁ ମଧ୍ୟ ଠେଲାପେଲା କରିଥିଲେ ଏବଂ ଉପସ୍ଥାନ ବହିକୁ ଛଡ଼ାଇ ନେଇଥିଲେ । ବଦରଙ୍କ ପରାମର୍ଶକ୍ରମେ ଏଜିଏମର ଭିଡିଓ ରେକଡିଂ କରାଯାଇଛି । ତେବେ ଭଦ୍ରଲୋକଙ୍କ ଖେଳର ପ୍ରଶାସକଙ୍କ ଅଭଦ୍ର ଆଚରଣକୁ ଅନେକ ଗ୍ରହଣ କରିପାରିନାହାନ୍ତି ।