ଭାରତର ବାରବାଟୀ ଦଖଲ, ୨-୧ରେ ସିରିଜ ବିଜୟୀ

ଭାରତର ବାରବାଟୀ ଦଖଲ, ୨-୧ରେ ସିରିଜ ବିଜୟୀ

ଭାରତର ବାରବାଟୀ ଦଖଲ, ୨-୧ରେ ସିରିଜ ବିଜୟୀ
କଟକ - ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ୱେଷ୍ଟଇଣ୍ଡିକୁ ୪ୱିକେଟରେ ପରାସ୍ତ କରିଛି ଭାରତ। ଭାରତର ଅଧିନାୟକ ବିରାଟ କୋହଲି, ଦୁଇ ଓପନର କେଏଲ ରାହୁଲ ଓ ରୋହିତ ଶର୍ମାଙ୍କ ଅର୍ଦ୍ଧ ଶତକ ବଳରେ ଭାରତ ଏହି ମ୍ୟାଚ ସହ ସିରିଜ ନିଜ ନାମରେ କରିବାରେ ସକ୍ଷମ ହୋଇଛି। ଏହି ବିଜୟ ସହ ଭାରତ ତିନିଟିକିଆ ଦିନିକିଆ ସିରିଜକୁ ୨-୧ରେ ହାତେଇଛି। ଅଧିନାୟକ ବିରାଟ କୋହଲି ୮୧ବଲରୁ ୯ଟି ଚୌକା ସହାୟତାରେ ୮୫ରନ କରିଛନ୍ତି। ସେହିଭଳି କେଏଲ ରାହୁଲ ୮୯ବଲରେ ଗୋଟିଏ ଛକା ଓ ୮ଟି ଚୌକା ସହାୟତାରେ ୭୭ରନ କରିଥିବାବେଳେ ରୋହିତ ଶର୍ମା ୬୩ବଲରେ ଗୋଟିଏ ଛକା ୮ଟି ଚୌକା ସହାୟତାରେ ୬୩ରନ କରିଛନ୍ତି। ଭାରତର ଅଧିନାୟକ ବିରାଟ କୋହଲି ପ୍ରଥମେ ଟସ୍ ଜିତି ୱେଷ୍ଟଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ଓଭରରେ ୬ୱିକେଟ ହରାଇ ୩୧୫ରନ କରିଥିଲା। ୱେଷ୍ଟ ଇଣ୍ଡିଜର ବିଶାଳ ୩୧୬ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୮ଟି ବଲ ବାକି ଥାଇ ୬ୱିକେଟ ହରାଇ ହାସଲ କରିନେଇଛି। ଭାରତର ଅଧିନାୟକ ବିରାଟ କୋହଲିଙ୍କୁ ମ୍ୟାନ ଅଫ ଦି ମ୍ୟାଚରେ ସମ୍ମାନିତ କରାଯାଇଛି। ସେହିଭଳି ହିଟ ମ୍ୟାନ ରୋହିତ ଶର୍ମା ମ୍ୟାନ ଅଫ ଦି ସିରିଜ ହୋଇଛନ୍ତି।