ଦାମୀ ଖେଳାଳି: ପ୍ୟାଟ କମିନ୍ସଙ୍କୁ ୨୦ କୋଟି ୫୦ ଲକ୍ଷରେ କିଣିଲା ସନରାଇଜର୍ସ ହାଇଦ୍ରାବାବ

ଦାମୀ ଖେଳାଳି: ପ୍ୟାଟ କମିନ୍ସଙ୍କୁ ୨୦ କୋଟି ୫୦ ଲକ୍ଷରେ କିଣିଲା ସନରାଇଜର୍ସ ହାଇଦ୍ରାବାବ

ନୂଆଦିଲ୍ଲୀ: ଆଜି ଆରମ୍ଭ ହୋଇଛି ଆଇପିଏଲର ୧୭ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା । ତେବେ ନିଲାମ ପ୍ରକ୍ରିୟାରେ ସବୁଠାରୁ ଦାମୀ ଖେଳାଳିଭାବେ ବିକ୍ରି ହୋଇଛନ୍ତି ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ । ସନରାଇଜର୍ସ ହାଇଦ୍ରାବାବ ତାଙ୍କୁ ୨୦ କୋଟି ୫୦ଲକ୍ଷରେ କିଣିଥିବା ଜଣାଯାଇଛି ।   କୁମିନ୍ସଙ୍କୁ ନେବା ପାଇଁ ବହୁ ଦଳ ଆଶା ବାନ୍ଧିଥିଲେ  । ପ୍ରଥମେ ଚେନ୍ନାଇ ଓ ମୁମ୍ବାଇ ଭିତରେ ଲଢେ଼ଇ ହୋଇଥିଲା  । କିନ୍ତୁ ପରେ ଆରସିବି ଓ ହାଇଦ୍ରାବାଦ ନିଲାମର ବୋଲି ବଢ଼ାଇ ଚାଲିଥିଲେ  । ପୂର୍ବରୁ ସେ ଦିଲ୍ଲୀ କ୍ୟାପିଟାଲ ଓ କୋଲକାତା ନାଇଟ ରାଇଡ଼ରରେ ଖେଳିଥିଲେ  । ୨୦୨୦ରେ ସେ ରେକଡର଼୍ ୧୫ କୋଟି ୫୦ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲେ  । ଆଇପିଏଲରେ ୪୨ଟି ମ୍ୟାଚ ଖେଳି ସେ ୪୫ଟି ୱିକେଟ ନେଇଛନ୍ତି  । ବିଶ୍ୱକପ ଚାମ୍ପିଆନ ପରେ କୁମିନ୍ସଙ୍କ ଚାହିଦା ବଢ଼ିଯାଇଛି  ।

ମିନି ଅକ୍ସନରେ ବିଶ୍ୱର ୩୩୩ ଜଣ ଖେଳାଳିଙ୍କ ନାମ ସର୍ଟ ଲିଷ୍ଟେଡ୍ ହୋଇଛି। ଏମାନଙ୍କ ମଧ୍ୟରୁ ୨୧୪ ଜଣ ଭାରତୀୟ କ୍ରିକେଟର ଥିବାବେଳେ ୧୧୯ ଜଣ ବିଦେଶୀ ଖେଳାଳି ଅଛନ୍ତି। ମୋଟ ସର୍ଟ ଲିଷ୍ଟେଡ୍ ପ୍ଲେୟରଙ୍କ ମଧ୍ୟରୁ ୧୧୬ ଜଣ କ୍ୟାପ୍ଡ(ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା) ପ୍ଲେୟର୍ ଥିବାବେଳେ ୨୧୫ ଅନକ୍ୟାପ୍ଡ(ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନଥିବା) ପ୍ଲେୟର୍ ଅଛନ୍ତି।

୨୩ ଜଣ ଖେଳାଳିଙ୍କ ସର୍ବାଧିକ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଛି। ସେହିପରି ଦେଢ କୋଟି ବେସ୍ ପ୍ରାଇସ ମଧ୍ୟରେ ଅଛନ୍ତି ୧୩ ଜଣ ଖେଳାଳି। ଟିମ୍ ଗଠନ ପାଇଁ ମୋଟ ୧୦ ଫ୍ରାଞ୍ଚାଇଜ୍ ନିକଟରେ ୭୭ ସ୍ଲଟ୍ ଥିବାବେଳେ ଏଥିରୁ ୩୦ ସ୍ଲଟ୍ ବିଦେଶୀ ଖେଳାଳିଙ୍କ ପାଇଁ ରହିଛି।