ୱେଡ ଓ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ : ଭାରତ ସମ୍ମୁଖରେ ୧୮୭ ରନର ବିଜୟ ଲକ୍ଷ୍ୟ

ୱେଡ ଓ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ : ଭାରତ ସମ୍ମୁଖରେ ୧୮୭ ରନର ବିଜୟ ଲକ୍ଷ୍ୟ

ୱେଡ ଓ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ : ଭାରତ ସମ୍ମୁଖରେ ୧୮୭ ରନର ବିଜୟ ଲକ୍ଷ୍ୟ
ସିଡନୀ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଟି ୨୦ ଶୃଙ୍ଖଳାର ଅନ୍ତିମ ମ୍ୟାଚରେ ଭାରତ ସମ୍ମୁଖରେ ୧୮୭ ରନର ବିଜୟ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ । ମାଥ୍ୟୁ ୱେଡ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୫ ୱିକେଟହରାଇ ୧୮୬ ରନ ସଂଗ୍ରହ କରିଛି । ଟସ ଜିତି ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲେ । ମାଥ୍ୟୁ ୱେଡ୫୩ ଟି ବଲରୁ ୮୦ ରନ ସଂଗ୍ରହ କରିଥିବା ବେଳେ ଗ୍ଲେନ ମ୍ୟାକ୍ସୱେଲ ୩୬ ବଲରୁ ୫୪ ରନ ସଂଗ୍ରହ କରିଥିଲେ । ପ୍ରତ୍ୟାବର୍ତ୍ତନ କରିଥିବା ଅଧିନାୟକ ଆରୋନ ଫିଞ୍ଚ ଖାତା ଖୋଲିବା ପୂର୍ବରୁ ୱାଶିଂଟନ ସୁନ୍ଦରଙ୍କ ଶିକାର ହୋଇଥିଲେ । ତେବେ ଷ୍ଟିଭ ସ୍ମିଥ(୨୪)ଙ୍କ ସହିତ ୬୫ ରନର ଭାଗିଦାରୀ କରିଥିଲେ ୱେଡ । ସ୍ମିଥଙ୍କ ୱିକେଟ ପତନ ପରେ କ୍ରିଜରେ ଯୋଗ ଦେଇଥିଲେ ବିପଜ୍ଜନକ ମ୍ୟାକ୍ସୱେଲ । ଉଭୟଙ୍କ ମଧ୍ୟରେ ମାତ୍ର ୫୨ ବଲରେ ୯୦ ରନର ଭାଗିଦାରୀ ହୋଇଥିଲା । ୱେଡ ୫୩ ବଲର ସମ୍ମୁଖୀନ ହୋଇ ୭ଟି ଚୌକା ଏବଂ ୨ଟି ଛକ୍କା ସହାୟତାରେ ୮୦ ରନ ସଂଗ୍ରହ କରିଥିଲେ । ମ୍ୟାକ୍ସୱେଲ ମାତ୍ର ୩୬ ବଲର ସମ୍ମୁଖୀନ ହୋଇ ୩ଟି ଲେଖାଏଁ ଛକ୍କା ଓ ଚୌକା ସହାୟତାରେ ୫୪ ରନ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ୱାଶିଂଟନ ସୁନ୍ଦର ୩୪ ରନ ବିନିମୟରେ ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ଟି ନଟରାଜନ ଏବଂ ଶାର୍ଦ୍ଧୁଲ ଠାକୁର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।