ସୋଏବ ଅଖତରଙ୍କ ଭବିଷ୍ୟବାଣୀ:ସମଗ୍ର ଭାରତ ଦଖଲ କରିବେ ମୁସଲମାନ ଯୋଦ୍ଧା

ସୋଏବ ଅଖତରଙ୍କ ଭବିଷ୍ୟବାଣୀ:ସମଗ୍ର ଭାରତ ଦଖଲ କରିବେ ମୁସଲମାନ ଯୋଦ୍ଧା

ସୋଏବ ଅଖତରଙ୍କ ଭବିଷ୍ୟବାଣୀ:ସମଗ୍ର ଭାରତ ଦଖଲ କରିବେ ମୁସଲମାନ ଯୋଦ୍ଧା
ଇସଲମାବାଦ:ଭାରତର ହିନ୍ଦୁଙ୍କ ବିରୋଧରେ ମୁସଲମାନମାନଙ୍କର ପ୍ରବଳ ସଂଘର୍ଷ ଘଟିବ । ପାକିସ୍ତାନର ମୁସଲମାନ ଯୋଦ୍ଧାମାନେ ପ୍ରଥମେ କାଶ୍ମୀର ଦଖଲ କରିବେ ଓ ଏହା ପରେ ହିନ୍ଦୁଙ୍କୁ ପରାସ୍ତ ପୂର୍ବକ ସମଗ୍ର ଭାରତ ଉପରେ ବିଜୟ ହାସଲ କରିବେ । ଏଭଳି ଭବିଷ୍ୟବାଣୀ କରିଛନ୍ତି ପାକିସ୍ତାନ ପୂର୍ବତନ କି୍ରକେଟର ସୋଏବ ଅଖତର । ‘ରାୱଲପିଣ୍ଡି ଏକ୍ସପ୍ରେସ’ ଭାବେ ପରିଚିତ ଅଖତରଙ୍କ ମୁହଁରେ ବାଡ଼ ବତା ନଥିବା ଓ ସେ ସବୁବେଳେ ଭାରତ ବିରୋଧୀ ଆଭିମୁଖ୍ୟ ପୋଷଣ କରୁଥିବା ଜଣାଣୁଣା । ତେବେ ସମ୍ପ୍ରତି ଗଜୱା ଇ ହିନ୍ଦର ଆଭିମୁଖ୍ୟ ବୁଝାଇବାକୁ ଯାଇ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି । ‘ଗଜୱା ହିନ୍ଦୁ ହିନ୍ଦ’ ଅର୍ଥ ହେଉଛି ଭବିଷ୍ୟତର ଲଢେ଼ଇ । ଭବିଷ୍ୟତରେ ପାକିସ୍ତାନର ମୁସଲମାନ ଯୋଦ୍ଧାମାନେ ହିନ୍ଦୁଙ୍କୁ ନିଶ୍ଚୟ ପରାସ୍ତ କରିବେ ବୋଲି ବିଭିନ୍ନ ଶାସ୍ତ୍ରରେ ଲିପିବଦ୍ଧ ଥିବା ଅଖତର ଦାବି କରିଛନ୍ତି । ପାକିସ୍ତାନ ଯୋଦ୍ଧାଙ୍କ ସମର୍ଥନ କରି ଆଫଗାନିସ୍ତାନରୁ ସେନା ଆଟ୍ଟୋକ ନଦୀ ନିକଟରେ ପହଞ୍ଚିବେ । ଉଜବେକିସ୍ତାନ ଭଳି ଏକାଧିକ ଦେଶରୁ ସମର୍ଥନ ମିଳିବ । ସେମାନେ ସମଲ ମସି୍ରକକଠାରୁ ଖୋରାସାନ (ଲାହୋର) ପର୍ଯ୍ୟନ୍ତ ପରିବ୍ୟାପ୍ତ ହେବେ । ସେମାନଙ୍କ ମିଳିତ ଆକ୍ରମଣରେ ହିନ୍ଦୁଙ୍କ ରକ୍ତରେ ଆଟୋକ ନଦୀର ଜଳ ଦୁଇଥର ଲାଲ ପଡ଼ିବ । ସେମାନେ କାଶ୍ମୀର ଦଖଲ କରିବା ପରେ ସମଗ୍ର ଭାରତ ଅଧିକାର କରିବା ପାଇଁ ଅଗ୍ରସର ହେବେ ବୋଲି ଅଖତର କହିଛନ୍ତି ।