ଚଳିତ ଆଇପିଏଲରେ ବୋଲିଂରୁ ଦୂରେଇ ରହିଛନ୍ତି ହାର୍ଦ୍ଧିକ ପାଣ୍ଡ୍ୟା, କାରଣ କଣ ଜାଣନ୍ତୁ
ଚଳିତ ଆଇପିଏଲରେ ବୋଲିଂରୁ ଦୂରେଇ ରହିଛନ୍ତି ହାର୍ଦ୍ଧିକ ପାଣ୍ଡ୍ୟା, କାରଣ କଣ ଜାଣନ୍ତୁ
admin
Apr 20, 2021 - 07:58
Updated: Apr 20, 2021 - 07:58
ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ଚଳିତ ଆଇପିଏଲରେ ବୋଲିଂରୁ ଦୂରେଇ ରହିଛନ୍ତି । କେବଳ ବ୍ୟାଟ୍ସମ୍ୟାନେ ଭାବେ ଖେଳୁଛନ୍ତି । କାନ୍ଧ ଆହତ ସମସ୍ୟା ଯୋଗୁ ସେ ବୋଲିଂ କରୁନାହାନ୍ତି । ସେ ସମ୍ପୂର୍ଣ୍ଣ ଫିଟ ନ ହେବା ଯାଏଁ ବୋଲିଂ କରିବେନି ବୋଲିଂ ମୁଖ୍ୟ କୋଚ ମାହେଲା ଜୟବର୍ଦ୍ଧନେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ପାଣ୍ଡ୍ୟାଙ୍କ କାନ୍ଧ ସମସ୍ୟା ରହିଛି । ତେଣୁ ଆମେ ତାଙ୍କୁ ବୋଲିଂ କରାଇ କୌଣସି ରିସ୍କ ଉଠାଇବାକୁ ଚାହୁଁ ନାହୁଁ । କାରଣ ବୋଲିଂ ଦ୍ୱାରା ତାଙ୍କ ଆହତ ସମସ୍ୟା ଅଧିକ ବଢ଼ିଯିବା ସମ୍ଭାବନା ରହିଛି । ସେ ସମ୍ପୂର୍ଣ୍ଣ ଫିଟ ହେବା ପରେ ଯାଇ ବୋଲିଂ କରିବେ । ମୁଁ ଭାବୁଛି, ଗତ ଇଂଲଣ୍ଡ ବିପକ୍ଷ ଘରୋଇ ଦିନିକିଆ ସିରିଜର ଅନ୍ତିମ ମ୍ୟାଚରେ ବୋଲିଂ ବେଳେ ତାଙ୍କ କାନ୍ଧ ସମସ୍ୟା ସୃଷ୍ଟି ହୋଇଥିଲା । ପାଣ୍ଡ୍ୟାଙ୍କୁ ସମ୍ପୂର୍ଣ୍ଣ ଫିଟ ହେବାକୁ କିଛି ସପ୍ତାହ ଲାଗିବ । ଏହା ପରେ ପ୍ରଶଂସକମାନେ ତାଙ୍କ ବୋଲିଂ ଆକ୍ସନ ଦେଖି ପାରିବେ ।’