ଏହି ରୋଗୀମାନେ କରୋନା ଭାଇରସ ଦ୍ୱାରା କମ ପ୍ରଭାବିତ ହେବେ , ଜାଣନ୍ତୁ କଣ
ଏହି ରୋଗୀମାନେ କରୋନା ଭାଇରସ ଦ୍ୱାରା କମ ପ୍ରଭାବିତ ହେବେ , ଜାଣନ୍ତୁ କଣ
admin
Apr 20, 2021 - 07:53
Updated: Apr 20, 2021 - 07:53
ନୂଆଦିଲ୍ଲୀ: ଆଜମା ରୋଗୀମାନେ କରୋନା ଭାଇରସ ଦ୍ୱାରା ଅଧିକ ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ଏକ ଗବେଷଣା ମୁତାବକ, ଆଜମା ରୋଗୀମାନେ କରୋନା ଭାଇରସ ଦ୍ୱାରା କମ ପ୍ରଭାବିତ ହେବେ । ଆଜମା ରୋଗୀମାନେ ସାଧାରଣ ଯେଉଁ ଔଷଧ ଏବଂ ଇନହାଲର ବ୍ୟବହାର କରିଥାନ୍ତି ତାହା ସେମାନଙ୍କୁ କରୋନା ସହ ଲଢ଼ିବାରେ ସହାୟକ ହେବ ବୋଲି ଜଣାପଡ଼ିଛି । ଇନହାଲର କରୋନା ରୋଗୀଙ୍କୁ ଗୁରୁତର ହେବାକୁ ଦେଇ ନଥାଏ । କିଛି ଦିନ ପୂର୍ବେ ତ ଲ୍ୟାସେଣ୍ଟ ଜର୍ନାଲ ପ୍ରକାଶ କରିଥିବା ତଥ୍ୟ ମୁତାବକ, ସାଧାରଣତଃ ଆଜମା ରୋଗୀଙ୍କୁ ଘରେ ଦିଆଯାଉଥିବା ଔଷଧ ଗୁରୁତର ବୟସ୍କ କରୋନା ସଂକ୍ରମିତଙ୍କୁ ଦିଆଯାଇଛି ଏବଂ ଏହା ବେଶ ପ୍ରଭାବୀ ସାବ୍ୟସ୍ତ ହୋଇଛି । ଅକ୍ସଫୋର୍ଡ ୟୁନିଭରସିଟିର ବିଶେଷଜ୍ଞଙ୍କ ମୁତାବକ, ଯେଉଁ ରୋଗୀମାନେ ନିଶ୍ୱାସ ଯୋଗେ ବୁଡେସୋନାଇଡ ଔଷଧ ନେଇଥାନ୍ତି ।