ନବୀନଙ୍କୁ ପ୍ରଶଂସା କଲେ ବିଜେପି ମୁଖପାତ୍ର

ନବୀନଙ୍କୁ ପ୍ରଶଂସା କଲେ ବିଜେପି ମୁଖପାତ୍ର

ନବୀନଙ୍କୁ ପ୍ରଶଂସା କଲେ ବିଜେପି ମୁଖପାତ୍ର
ମୁମ୍ବାଇ: ମହାରାଷ୍ଟ୍ର ବିଜେପି ନେତ୍ରୀ ସାଇନା ଏନ ସି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଶଂସା କରିଛନ୍ତି । ମହିଳାଙ୍କୁ ଅଧିକ ଆସନରୁ ଏମାନେ ଛିଡା କରାଇଥିବାରୁ ଅନେକ ପ୍ରଂଶସା କରିଛନ୍ତି । ଅନ୍ୟପକ୍ଷରେ ବିଜେପି ସମେତ ଆଗ ଧାଡିରେ ଅଧିକାଂଶ ରାଜନୈତିକ ଦଳ ମହିଳାଙ୍କୁ ପର୍ଯ୍ୟାପ୍ତ ସଂଖ୍ୟାର ପ୍ରତିନିଧିତ୍ୱ ଦେଇ ନଥିବାରୁ ସେ ଏହାର ସମାଲୋଚନା କରିଛନ୍ତି । ମହାରାଷ୍ଟ୍ର ବିଜେପିର ପ୍ରବକ୍ତା ଥିବା ସାଇନା କହିଛନ୍ତି, ଏହା ବ୍ୟଥିତ କରିଛି । ମୋଟ ଭୋଟରଙ୍କ ମଧ୍ୟରୁ ମହିଳାମାନେ ୫୦% ହୋଇଥିବାବେଳେ କେହି ଏଥି ପ୍ରତି ଧ୍ୟାନ ଦେଉ ନାହାନ୍ତି । କେବଳ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମମତା ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ମହିଳାଙ୍କୁ ଯଥାକ୍ରମେ ୪୧% ଓ ୩୩% ଆସନ ଦେଇଥିବାରୁ ସେ ଏହାର ଉଚ୍ଚ ପ୍ରଂଶସା କରିଛନ୍ତି । ଅନ୍ୟ ସବୁଦଳ ଗୁଡିକ କେବଳ ମୁହଁରେ ଏକଥା ନକହି କାର୍ଯ୍ୟ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି । ମହାରାଷ୍ଟ୍ରରେ ୪୮ ଲୋକସଭା ଆସନରୁ ପ୍ରମୁଖ ରାଜନୈତିକ ଦଳ ଗୁଡିକ କେବଳ ୧୩ଜଣ ମହିଳା ପ୍ରାର୍ଥୀ କରିଛି । ଏଥର ବିଜେପି ୭ଜଣଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ୩, ଏନସିପି ଏବଂ ଶିବସେନା ଜଣେ ଲେଖାଏଁ ପ୍ରାର୍ଥୀ କରିଛନ୍ତି । ସବୁଦଳର ନେତାମାନେ ମହିଳାଙ୍କୁ ପ୍ରାର୍ଥୀ କରିବା ସହିତ ସେମାନଙ୍କ ପ୍ରତିଭାର ପ୍ରମାଣ ଦେବା ଲାଗି ସୁଯୋଗ ଦେବା ଉଚିତ । ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ନିମନ୍ତେ ସବୁ ଦଳର ମହିଳାମାନେ ଦାବି କରିବା ଉଚିତ ବୋଲି ସାଇନା ଆହ୍ୱାନ କରିଛନ୍ତି ।