ଅଯୋଧ୍ୟାରେ ଆଇବି ଅଧିକାରୀଙ୍କ ଡେରା

ଅଯୋଧ୍ୟାରେ ଆଇବି ଅଧିକାରୀଙ୍କ ଡେରା

ଅଯୋଧ୍ୟାରେ ଆଇବି ଅଧିକାରୀଙ୍କ ଡେରା
ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପି୍ରମକୋର୍ଟ ଚୂଡାନ୍ତ ରାୟ ଦେବାର ଥିବାରୁ ତା ପୂର୍ବରୁ ଅଯୋଧ୍ୟା ସମେତ ୟୁପିର ବିଭିନ୍ନ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଛି । ଅଯୋଧ୍ୟା, କାଶୀ, ମଥୁରା ସହ ରାଜ୍ୟର ବିଭିନ୍ନ ସହରରେ ଥିବା ପ୍ରମୁଖ ଧାର୍ମିକ ସ୍ଥଳୀଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରାଯାଇଛି । ଭାରତର ଗୁଇନ୍ଦା ସଂସ୍ଥା ଇଣ୍ଟେଲିଜେନ୍ସ ବୁ୍ୟରୋ (ଆଇବି) ର ଅଧିକାରୀମାନେ ଏବେ ଅଯୋଧ୍ୟାରେ ଡେରା ପକାଇଛନ୍ତି । ସେମାନେ ଅନ୍ୟ ସୁରକ୍ଷା ଏଜେନ୍ସି ଗୁଡ଼ିକ ସହ ସମନ୍ୱୟ ରକ୍ଷା କରି କାମ କରୁଛନ୍ତି । ୟୁପି ସରକାର ମଧ୍ୟ ରାଜ୍ୟର ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଆସନ୍ତା ୩୦ ତାରିଖ ଯାଏଁ ଛୁଟିରେ ନ ଯିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଏହି ମାମଲାରେ ସୁପି୍ରମକୋର୍ଟଙ୍କ ରାୟ ପରେ ରାଜ୍ୟର ସାମ୍ପ୍ରଦାୟିକ ଦଙ୍ଗା ଘଟିବାର ଆଶଙ୍କା ରହିଛି । ଆତଙ୍କବାଦୀମାନେ ମଧ୍ୟ ଏହି ମଉକାରେ ବଡ଼ ଧରଣର ଆକ୍ରମଣ କରିପାରନ୍ତି । ତେଣୁ ଏହାକୁ ରୋକିବାକୁ ରାଜ୍ୟ ଓ କେନ୍ଦ୍ର ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି । ଅଯୋଧ୍ୟାରେ ହଜାର ହଜାର ସଂଖ୍ୟକ ଅର୍ଦ୍ଧ ସାମରତିକ ବାହିନୀର ଯବାନଙ୍କୁ ମୁତୟନ କରାଯାଉଛି । ପୁରା ସହର ପାଇଁ ତିନୋଟି ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ସ୍ଥିର କରାଯାଇଛି ।