କଂଗ୍ରେସ-ଆପ ମେଂଟ ନେଇ ଶରତ ପାୱାର ମଧ୍ୟସ୍ଥି

କଂଗ୍ରେସ-ଆପ ମେଂଟ ନେଇ ଶରତ ପାୱାର ମଧ୍ୟସ୍ଥି

କଂଗ୍ରେସ-ଆପ ମେଂଟ ନେଇ ଶରତ ପାୱାର ମଧ୍ୟସ୍ଥି
ନୂଆଦିଲ୍ଲୀ: ଦିଲ୍ଲୀରେ କଂଗ୍ରେସ ଆପ ମେଂଟକୁ ନେଇ ଲାଗି ରହିଥିବା କନ୍ଦଳ ଛିଡୁନଥିବା ବେଳେ ଏହାର ସମାଧାନ ପାଇଁ ମଧ୍ୟସ୍ଥି ସାଜିଛନ୍ତି ଏନସିପି ମୁଖ୍ୟ ଶରତ ପାୱାର । ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଲଢ଼ିବା ପାଇଁ ଆପ ଓ କଂଗ୍ରେସକୁ ଏକାଠି କରିବାରେ ଲାଗିପଡିଛନ୍ତି ପାୱାର । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ବରିଷ୍ଠ ନେତା ମଲିକାର୍ଜୁନ ଖଡଗେ ପାୱାରଙ୍କୁ ତାଙ୍କ ବାସଭବନରେ ଯାଇ ଭେଟିଥିଲେ । ମହାରାଷ୍ଟ୍ରରେ କଂଗ୍ରେସ ଏନ୍ସିପି ମେଂଟ ବାବଦରେ ଆସନ ବୁଝାମଣା ପାଇଁ ଏହି ବୈଠକରେ ଆଲୋଚନା ହେବା ସହ ଦିଲ୍ଲୀରେ ଆପ୍ କଂଗ୍ରେସ ମେଂଟ ପାଇଁ ମଧ୍ୟ ଶରଦଙ୍କ ଠାରୁ ପରାମର୍ଶ ଲୋଡିଥିଲେ । ଦିଲ୍ଲୀ କଂଗ୍ରେସ ମୁଖ୍ୟ ଶିଲା ଦୀକ୍ଷିତ ଆପ୍ ସହ ମେଂଟକୁ ବିରୋଧ କରୁଥିଲ ହେଁ ପାୱାରଙ୍କ ହସ୍ତକ୍ଷେପ ପରେ ଶିଲା ତାଙ୍କ ନିଷ୍ପତିରେ ୟୁଟର୍ନ କରିଛନ୍ତି । ତାଙ୍କ ବାସ ଭବନରେ ସହକର୍ମୀ ମାନଙ୍କ ସହ ଅନୁଷ୍ଠିତ ବୈଠକରେ ଆପ୍ ସହ ମେଂଟ ନେଇ ପୁନଃବିଚାର କରାଯାଇଥିବା ଜଣାପଡିଛି । ସେ ଆପ୍ ସହ ମେଂଟକୁ ବିରୋଧ କରୁଥିଲେ ହେଁ ଦଳର ହାଇକମାଣ୍ଡ ନିଷ୍ପତିକୁ ସମ୍ମାନ ଜଣାଇବେ ବୋଲି ଶିଲା କହିଛନ୍ତି । ଅପରପକ୍ଷେ, ଦିଲ୍ଲୀରେ ଆପ-କଂଗ୍ରେସ ମେଂଟ ପାଇଁ କଂଗ୍ରେସ ବହୁସମୟ ନଷ୍ଟ କରିଦେଇଛି । ତେଣୁ ଏବେ ଆଉ ମେଂଟ ପାଇଁ ପ୍ରଶ୍ନ ଉଠୁନି ବୋଲି ଆପ୍ ନେତା ଗୋପାଳ ରାୟ କହିଛନ୍ତି । ଶିଲା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖି ଆପ-କଂଗ୍ରେସ ମେଂଟ ତୀବ୍ର ବିରୋଧ କରିଥିଲେ । ଆପ୍ ସହ ମେଂଟ ହେଲେ କଂଗ୍ରେସର ବହୁ କ୍ଷେତି ହେବ ଏବଂ ଦୀର୍ଘ ଦିନ ଧରି ଏହି କ୍ଷତିକୁ ଭରଣା କରିହେବନି ବୋଲି ସେ ସ୍ପଷ୍ଟ କରିଛନ୍ତି ।