ସୌହାର୍ଦ୍ଧ୍ୟପୂର୍ଣ୍ଣ ସମାଧାନ କଲେ କୋର୍ଟ: ମୋଦି

ସୌହାର୍ଦ୍ଧ୍ୟପୂର୍ଣ୍ଣ ସମାଧାନ କଲେ କୋର୍ଟ: ମୋଦି

ସୌହାର୍ଦ୍ଧ୍ୟପୂର୍ଣ୍ଣ ସମାଧାନ କଲେ କୋର୍ଟ: ମୋଦି
ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାକୁ ସୌହାର୍ଦ୍ଧ୍ୟପୂର୍ଣ୍ଣଭାବେ ସୁପ୍ରିମକୋର୍ଟ ସମାଧାନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଅଯୋଧ୍ୟା ରାୟକୁ ନେଇ ଟ୍ୱିଟ କରି ମୋଦି ଏହା କହିଛନ୍ତି । ସେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ରାୟକୁ କେହି କାହାର ହାରଜିତ ମାନିବା ଅନୁଚିତ । ରାମଭକ୍ତି ବା ରହିମଭକ୍ତି ନୁହେଁ, ଏବେ ଭାରତ ଭକ୍ତି ଦେଖାଇବା ସମୟ । ସୁପ୍ରିମକୋର୍ଟଙ୍କ ଏହି ରାୟ ଅନେକ ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ । ପ୍ରତି ପକ୍ଷଙ୍କୁ ସେମାନଙ୍କ ଯୁକ୍ତି ରଖିବାକୁ ପର୍ଯ୍ୟାପ୍ତ ସୁଯୋଗ ମିଳିଛି । ନ୍ୟାୟର ମନ୍ଦିର ଦୀର୍ଘ ଦିନର ବିବାଦକୁ ସୌହାର୍ଦ୍ଧ୍ୟପୂର୍ଣ୍ଣ ସମାଧାନ କଲେ । ଏହି ରାୟ ନ୍ୟାୟ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ମଜବୁତ କରିବ । ୧୩୦କୋଟି ଭାରତୀୟ ଶାନ୍ତ ଓ ସଂଜମ ରହି ଭାଇଚାରାର ନିଦର୍ଶନ ଦେଖାନ୍ତୁ ବୋଲି ମୋଦି ଅପିଲ କରିଛନ୍ତି । ଅପରପକ୍ଷରେ ଅଯୋଧ୍ୟା ରାୟକୁ ନେଇ ଆରଏସଏସ ମୁଖ୍ୟ ମୋହନ ଭାଗବତ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, କୋର୍ଟର ରାୟକୁ କେହି ଜୟ ପରାଜୟ ଦୃଷ୍ଟିରେ ଦେଖିବା ଅନୁଚିତ । ଅତୀତର ସବୁ ତିକ୍ତାକୁ ଭୁଲି ଭବ୍ୟ ମନ୍ଦିର ନିର୍ମାଣ କରିବା ବୋଲି ସେ କହିଛନ୍ତି ।