ଉତ୍ତେଜକ ପୋଷ୍ଟ କଲେ କାର୍ଯ୍ୟାନୁଷ୍ଠାନ: ଡିଜିପି

ଉତ୍ତେଜକ ପୋଷ୍ଟ କଲେ କାର୍ଯ୍ୟାନୁଷ୍ଠାନ: ଡିଜିପି

ଉତ୍ତେଜକ ପୋଷ୍ଟ କଲେ କାର୍ଯ୍ୟାନୁଷ୍ଠାନ: ଡିଜିପି
ଭୁବନେଶ୍ୱର: ଅଯୋଧ୍ୟା ମାମଲାର ରାୟକୁ ନେଇ ଯଦି କେହି ବ୍ୟକ୍ତି ସୋସିଆଲ ମିଡିଆରେ ଉତ୍ତେଜକ ପୋଷ୍ଟ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି ବିଜୟ କୁମାର ଶର୍ମା କହିଛନ୍ତି । ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶର୍ମା ଏହା କହିଛନ୍ତି । ସେ କହିଛନ୍ତି ଯେ, ଶାନ୍ତିଶୃଙ୍ଖଳା ଓ ସଦଭାବନା ବଜାୟ ରଖିବାକୁ ପୁଲିସ ସଜାଗ ରହିଛି । ଓଡ଼ିଶା ପୁଲିସ ପକ୍ଷରୁ ପୂର୍ବ ପ୍ରସ୍ତୁତି କରାଯାଇଛି । ସମ୍ବେଦନଶୀଳ ଜିଲ୍ଲାରେ ପର୍ଯ୍ୟାପ୍ତ ପୁଲିସ ମୁତୟନ ଅଛନ୍ତି । ସ୍ଥିତି ଉପରେ ନଜର ରଖିବାକୁ ସବୁ ଏସପିଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଶାନ୍ତି ବଜାୟ ରଖିବା ପାଇଁ ବିଭିନ୍ନ ଧାର୍ମିକ ନେତାଙ୍କ ସହ ଆଲୋଚନା ହୋଇଛି । ମୋବାଇଲ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖାଯାଇଛି । ଉତ୍ତେଜନାମୂଳକ ଟ୍ୱିଟ କିମ୍ବା ପୋଷ୍ଟ କେଲ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି ବିଜୟ କୁମାର ଶର୍ମା କହିଛନ୍ତି ।