ହେମଦସ୍ତାରେ ଛେଚି ସ୍ୱାମୀକୁ ମାରିଥିଲା ସ୍ତ୍ରୀ

ହେମଦସ୍ତାରେ ଛେଚି ସ୍ୱାମୀକୁ ମାରିଥିଲା ସ୍ତ୍ରୀ

ହେମଦସ୍ତାରେ ଛେଚି ସ୍ୱାମୀକୁ ମାରିଥିଲା ସ୍ତ୍ରୀ
ବାଲିପାଟଣା: ସ୍ୱାମୀଙ୍କ ସହ ଝଗଡ଼ା ହେଲା । ମୁଣ୍ଡକୁ ପିତ୍ତ ଚଢ଼ିଗଲା । ହେମଦସ୍ତାରେ ଛେଚି ସ୍ୱାମୀଙ୍କୁ ମାରିଦେଲା । ପରେ ଘଟଣା ଲୁଚାଇବାକୁ ଯାଇ ଘର ପଛପଟେ ମୃତ ଦେହକୁ ପୋତି ଦେଇଥିଲା । ୩ ମାସ ପରେ ରାତି ୧୦ଟାରେ ମାଟି ତଳୁ ଗଳିତ ଶବ ବାହାର କରିଛି ପୁଲିସ । ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ବାଲିପାଟଣା ଥାନା ଅର୍ନ୍ତଗତ ବନମାଳୀପୁରରେ । ସ୍ୱାମୀକୁ ହେମଦସ୍ତାରେ ପିଟି ହତ୍ୟା କରିବା ପରେ ନିଜ ବାଡ଼ିପଟେ ଗାତ ଖୋଳି ପୋତି ଦେଇଥିବା କଥା ସ୍ୱୀକାର କରିଛି ଅଭିଯୁକ୍ତ ପତ୍ନୀ ଲିଲି ଗିରି (୪୫) । କୌଣସି କାରଣକୁ ନେଇ ଘରେ ପାଟିତୁଣ୍ଡ ହେବାରୁ ରାଗରେ ସ୍ୱାମୀ ନିଧି ଗିରିଙ୍କ ମୁଣ୍ଡକୁ ସେ ହେମଦସ୍ତା ପୁଆରେ ଛେଚି ଦେଇଥିଲା । ସ୍ୱାମୀ ନିସ୍ତେଜ ହୋଇ ପଡ଼ିଯିବା ପରେ ତାଙ୍କ ଶବକୁ ନେଇ ବାଡ଼ିପଟରେ ଗାତ ଖୋଳି ପୋତି ଦେଇଥିଲା । ତେବେ ନିଧିଙ୍କୁ ଗ୍ରାମବାସୀ ଓ ସାହି ପଡିଶା ଦୀର୍ଘ ୩ ମାସ ପର୍ଯ୍ୟନ୍ତ ଘରେ ନଥିବା ଜାଣି ସନେ୍ଦହ କରିଥିଲେ । ପତ୍ନୀ ଲିଲିଙ୍କୁ ଏ ବିଷୟରେ ପଚାରିବାରୁ ସ୍ୱାମୀ ବାହାର ରାଜ୍ୟକୁ କାମ ପାଇଁ ଯାଇଥିବା କହିଥିଲା । କିନ୍ତୁ ଗ୍ରାମବାସୀ ଲିଲିକୁ ବିଶ୍ୱାସ କରିନଥିଲେ ଓ ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଲିଲିଙ୍କୁ ଜେରା କରିବାରୁ ସେ ସବୁ ସତ ଓଗାଳିଥିଲା ।