ନକଲି ତେଲ କାରଖାନା ଠାବ

ନକଲି ତେଲ କାରଖାନା ଠାବ

ନକଲି ତେଲ କାରଖାନା ଠାବ
କଟକ: କଟକ ବମ୍ପକୁଦ ଠାରେ ପୁଣି ଏକ ନକଲି ଖାଇବା ତେଲ କାରଖାନା ଠାବ ହୋଇଛି । ସଦର ପୋଲିସ ଚଢାଉ କରି ଜଣେ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରିବା ସହ ବିଭିନ୍ନ କମ୍ପାନୀର ଲୋଗୋ ଥିବା ୩୦ହଜାର ଲିଟର ନକଲି ଖାଇବା ତେଲ ଜବତ କରିଛି । କଟକ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଫୁଲନଖରାର ବମ୍ପକୁଦ ଅଂଳରେ ଚାଲିଥିବା ଏକ ବେଆଇନ ଖାଇବା ତେଲ କାରଖାନାରେ ଆଜି ପୋଲିସ ଚଢାଉ କରିଥିଲା । ସେଠାରୁ ବିଭିନ୍ନ କମ୍ପାନୀର ଲୋଗୋ ଥିବା ୩୦ହଜାର ଲିଟରରୁ ଅଧିକ ନକଲି ଖାଇବା ତେଲ ଜବତ କରାଯାଇଛି । ନାମୀ ଦାବୀ ୪,୫ଟି କମ୍ପାନୀର ଲୋଗୋ ନକଲ କରାଯାଇ ବ୍ୟବସାୟ କରାଯାଉଥିବା ଜଣାପଡ଼ିଛି । ଏହି ବେଆଇନ ନକଲି ଖାଇବା ତେଲ ରାଜ୍ୟର ବିଭିନ୍ନ ଜିଲ୍ଲା ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାକୁ ପଠାଯାଉଥିଲା । ଏହା ସହ ଏହି ତେଲ କାରଖାନାରୁ ନକଲି ତେଲ ରାଜ୍ୟ ବାହାରକୁ ମଧ୍ୟ ପଠାଯାଉଥିବା ଜଣାପଡ଼ିଛି । ଏହି ନକଲି ଖାଇବା ତେଲ ପ୍ରସ୍ତୁତି ପାଇଁ କଞ୍ଚାମାଲ ହଳଦିଆରୁ ଆସୁଥିବା ସୂଚନା ମିଳିଛି । ଏହି ଘଟଣାରେ ସଦର ପୋଲିସ ଜଣେ ବ୍ୟବସାୟୀ କୁ ଅଟକ ରଖି ପଚରାଉଚରା କରିବା ସହ ଏହି ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ନେନେଇ ଖୋଳତାଡ଼ କରୁଛି ।