ଷଡଯନ୍ତ୍ରକୁ ଖଣ୍ଡନ କଲେ ରବି କୁମାର

ଷଡଯନ୍ତ୍ରକୁ ଖଣ୍ଡନ କଲେ ରବି କୁମାର

ଷଡଯନ୍ତ୍ରକୁ ଖଣ୍ଡନ କଲେ ରବି କୁମାର
ଭୁବନେଶ୍ୱର: ଡୋପ୍ ଟେଷ୍ଟରେ ବିଫଳ ହେବା ପରେ ରବି କୁମାର ପ୍ରତିକ୍ରିୟା ଦେଇ କହିଛନ୍ତି ସଠିକ ସୂଚନା ପାଇନଥିବାରୁ ଏଭଳି ତ୍ରୁଟି ହୋଇଛି । ଯେତେବେଳେ ମୁଁ ଖେଳ ଛାଡିବାକୁ ଯାଉଥିଲି, ସେତେବେଳେ ଏସବୁ ଘଟିଲା ବୋଲି ରବି କୁମାର କହିଛନ୍ତି । ଗତ ଫେବ୍ରୁଆରୀରେ ଡୋପ୍ ଟେଷ୍ଟ ହୋଇଥିଲା ଯେଉଁଥିରେ ପଜିଟିଭ୍ ଆସିଛି । ମୋ ପାଇଁ ତଥା ମୋ ସମର୍ଥକ ମାନଙ୍କ ପାଇଁ ଏହା ବଡ ଦୁଃଖଦ ଘଟଣା । ତେବେ ଏହା ପଛରେ କୌଣସି ପ୍ରକାର ଷଡଯନ୍ତ୍ର ନାହିଁ ବୋଲି ରବି କୁମାର ସ୍ୱୀକାର କରିଛନ୍ତି । ଏକା ମୁଁ ନୁହେଁ , ସଂପୃକ୍ତ ଉତ୍ପାଦ ଖାଇ ୨୦ରୁ ଅଧିକ ଖେଳାଳି ପଜିଟିଭ ହୋଇଛନ୍ତି । ସେହି ଉତ୍ପାଦ ବ୍ୟାନ ହୋଇଥିବା ନେଇ ଆମେ ପାଖରେ କୌଣସି ପ୍ରକାର ସୂଚନା ନଥିଲା । ଯାହା ଦ୍ୱାରା ସେହି ଉତ୍ପାଦ ଖାଇ ପଜିଟିଭ ହୋଇଛି । ରବି କୁମାର ଶେଷରେ କହିଛନ୍ତି ଯେ, ନାଡା ପାଖରେ ଏସବୁ ବିଷୟରେ ଅପିଲ କରିବୁ ।