୧୯ରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

୧୯ରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

୧୯ରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ
ଭୁବନେଶ୍ୱର:୧୯ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆହୁତ ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ସେ ଦିଲ୍ଲୀ ଯାଉଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦ ତାରିଖରେ ଓଡିଶା ପ୍ରତ୍ୟାବର୍ତନ କରିବେ । ପାର୍ଲାମେଂଟ କାର୍ଯ୍ୟ ପରିଚାଳନାକୁ ଅଧିକ ରୁଦ୍ଧିମନ୍ତ ତଥା ଶୃଙ୍ଖଳିତ କରିବାର ଲକ୍ଷ୍ୟ ରଖି ସେ ବିଭିନ୍ନ ଦଳର ସହଯୋଗ ଲୋଡିବା ସହିତ ବୈଠକରେ ଯୋଗଦେବାକୁ ସବୁ ଦଳର ସଭାପତିଙ୍କୁ ଆମନ୍ତ୍ରଣ କରିଛନ୍ତି । ଏହି ବୈଠକରେ ଏକ ରାଷ୍ଟ୍ର ଓ ଗୋଟିଏ ନିର୍ବାଚନ ପ୍ରସଙ୍ଗ ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନାର କାର୍ଯ୍ୟକ୍ରମ ରହିଛି । ଲୋକସଭା ଓ ରାଜ୍ୟସଭାକୁ ଯେଉଁସବୁ ରାଜନୈତିକ ଦଳର ପ୍ରତିନିଧି ନିର୍ବାଚିତ ହୋଇଛନ୍ତି ସେସବୁ ଦଳର ସଭାପତିଙ୍କୁ ଏହି ବୈଠକକୁ ଡକାଯାଇଛି ।