ଭାରତରେ କରୋନା ସଂକ୍ରମଣରେ ଦ୍ରୁତ ବୃଦ୍ଧି ଦେଖି ଆଇପିଏଲ ଖେଳାଳିଙ୍କୁ ଲାଗିବ ଟିକା

ଭାରତରେ କରୋନା ସଂକ୍ରମଣରେ ଦ୍ରୁତ ବୃଦ୍ଧି ଦେଖି ଆଇପିଏଲ ଖେଳାଳିଙ୍କୁ ଲାଗିବ ଟିକା

 ଭାରତରେ କରୋନା ସଂକ୍ରମଣରେ ଦ୍ରୁତ ବୃଦ୍ଧି ଦେଖି ଆଇପିଏଲ ଖେଳାଳିଙ୍କୁ ଲାଗିବ ଟିକା
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣରେ ଦ୍ରୁତ ବୃଦ୍ଧି ଦେଖି ଅଷ୍ଟ୍ରେଲିଆର ୩ ଖେଳାଳି ଓ ଭାରତୀୟ ଅଫସ୍ପିନର ଆର ଅଶ୍ୱିନ ଆଇପିଏଲରୁ ଓହରି ଯାଇଛନ୍ତି । ଆଗକୁ ଆଉ କିଛି ବିଦେଶୀ ଖେଳାଳି ଏହି ଟ୍ୱେଣ୍ଟି ୨୦ ଛାଡ଼ି ଚାଲିଯିବାର ମସୁଧାକରୁଛନ୍ତି । ଏହାକୁ ଦେଖି ଆଇପିଏଲ ଖେଳାଳିଙ୍କର ଟିକାକରଣ ବ୍ୟବସ୍ଥା କରିବାକୁ ଯୋଜନା କରିଛି ବିସିସିଆଇ । ମେ’୧ରୁ ୧୮ ବର୍ଷରୁ ଊଦ୍ଧ୍ୱର୍ ସମସ୍ତଙ୍କୁ ଟିକା ପ୍ରଦାନ ପାଇଁ ଭାରତ ସରକାର ଘୋଷଣା କରିଛନ୍ତି । ଫଳରେ ଆଇପିଏଲ ଖେଳାଳିଙ୍କୁ ଟିକା ଦେବାରେ କୌଣସି ଅସୁବିଧା ନାହିଁ । ହେଲେ ବିଦେଶୀ ଖେଳାଳିଙ୍କୁ ଟିକା ଦେବା ସମ୍ଭବ ନୁହେଁ । ଆଇପିଏଲ ଖେଳୁଥିବା କେବଳ ଭାରତୀୟ ଖେଳାଳି ଟିକା ନେଇପାରିବେ । ହେଲେ ଟିକା ନେବା ପାଇଁ କୌଣସି ଭାରତୀୟ ଖେଳାଳିଙ୍କୁ ବାଧ୍ୟ କରାଯିବ ନାହିଁ ।