ଆଇପିଏଲ ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର

ଆଇପିଏଲ ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର

ଆଇପିଏଲ ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର
ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଆଇପିଏଲ ଇତିହାସରେ ୧୯୨ ମ୍ୟାଚରୁ ସର୍ବାଧିକ ୫୮୭୮ ରନ ସ୍କୋର କରିଛନ୍ତି । ସିଏସକେର ସୁରେଶ ରୈନା ତାଙ୍କଠାରୁ ୫୦୭ ରନ୍ କମ କରିଛନ୍ତି । ଆଇପିଏଲ ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୨୦୧୩ ରେ ପୁଣେ ୱାରିଅର୍ସ ବିପକ୍ଷରେ ଓପନର କି୍ରସ ଗେଲ ଅପରାଜିତ ୧୭୫ ରନ କରିଛନ୍ତି । ୧୦୦୦ ରୁ ଅଧିକ ରନ କରିଥିବା ବ୍ୟାଟସମ୍ୟାନଙ୍କ ମଧ୍ୟରେ ପଞ୍ଜାବ କିଙ୍ଗସ ଅଧିନାୟକ କେ.ଏଲ ରାହୁଲ ସର୍ବାଧିକ ୪୪.୮୬ ଆଭରେଜରେ ସ୍କୋର କରିଛନ୍ତି । ରାହୁଲ ୮୧ ମ୍ୟାଚରୁ ୨୬୪୭ ରନ ସ୍କୋର କରିଛନ୍ତି । କଲକାତା ନାଇଟ ରାଇଡର୍ସର ଆନେ୍ଦ୍ର ରସେଲ ସର୍ବାଧିକ ୧୮୨/୩୩ ଷ୍ଟ୍ରାଇକରେଟରେ ସ୍କୋର କରିଛନ୍ତି । ରସେଲ ୬୧ ଇନିଂସରୁ ୧୫୧୭ ରନ ସ୍କୋର କରିଛନ୍ତି । ଆରସିବି ଓ ପଞ୍ଜାବ କିଙ୍ଗସ ଓପନର କି୍ରସ ଗେଲ ଆଇପିଏଲ ଇତିହାସରେ ସର୍ବାଧିକ ୬ଟି ଶତକ ହାସଲ କରିଛନ୍ତି । ଆରସିବି ଓ ପଞ୍ଜାବ କିଙ୍ଗସ ଓପନର କି୍ରସ ଗେଲ ଆଇପିଏଲ ଇତିହାସରେ ସର୍ବାଧିକ ୩୫୯ଟି ଛକା ମାରିଛନ୍ତି । ଶିଖର ଧୱନ ସର୍ବାଧିକ ୫୯୧ ଟି ଚୌକା ମାରିଛନ୍ତି । ଡେଭିଡ ୱାର୍ଣ୍ଣର ୧୪୨ ମ୍ୟାଚରୁ ସର୍ବାଧିକ ୪୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।