ଜନ୍ମଦିନ ଅବସରରେ ସଚିନ ଘୋଷଣା କଲେ ନିଜ ପ୍ଲାଜମା ଦାନ କରିବେ

ଜନ୍ମଦିନ ଅବସରରେ ସଚିନ ଘୋଷଣା କଲେ ନିଜ ପ୍ଲାଜମା ଦାନ କରିବେ

ଜନ୍ମଦିନ ଅବସରରେ ସଚିନ ଘୋଷଣା କଲେ ନିଜ ପ୍ଲାଜମା ଦାନ କରିବେ
ମୁମ୍ବାଇ: ନିଜର ଜନ୍ମଦିନ ଅବସରରେ ସଚିନ ତେନ୍ଦୁଲକର କୋଭିଡ-୧୯ ରୁ ସୁସ୍ଥ ହୋଇଛନ୍ତି । ଏହି ଅବସରରେ ନିଜ ଜନ୍ମଦିନ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଦେବା ଅବସରରେ ଯୋଗ୍ୟ ହେଲେ ପ୍ଲାଜମା ଦାନ କରିବେ ବୋଲି ଘୋଷଣା କରିଛନ୍ତି । ଅନ୍ୟମାନଙ୍କୁ ମଧ୍ୟ କୋଭିଡ ଆକ୍ରାନ୍ତମାନଙ୍କୁ ପ୍ଲାଜମା ଦାନ କରିବା ଲାଗି ଅନୁରୋଧ କରିଛନ୍ତି । ଗତ ବର୍ଷ ପ୍ଲାଜମା ଦାନ କେନ୍ଦ୍ର ଉଦଘାଟନ ଅବସରରେ ଡାକ୍ତରମାନେ ମୋତେ ପ୍ଲାଜମା ଦାନ କରିବାକୁ ପରାମର୍ଶ ଦେଇଥିଲେ । ମୁଁ ଯୋଗ୍ୟ ବିବେଚିତ ହେଲେ ଠିକଣା ସମୟରେ ଦାନ କରିବି ବୋଲି ସଚିନ ପ୍ରକାଶ କରିଛନ୍ତି । ଗତ ମାସରେ ସଚିନ କୋଭିଡ ପଜିଟିଭ ହେବା ପରେ ସାମୟିକ ସମୟ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏପି୍ରଲ ୮ ତାରିଖରେ ମୁକ୍ତ ହୋଇ ଘରକୁ ଯାଇଥିଲେ ।