ଆରସିବି ଅଧିନାୟକ ପଦରୁ କୋହଲି ଓହରିବା ଉଚିତ : ଗମ୍ଭୀର

ଆରସିବି ଅଧିନାୟକ ପଦରୁ କୋହଲି ଓହରିବା ଉଚିତ : ଗମ୍ଭୀର

ଆରସିବି ଅଧିନାୟକ ପଦରୁ କୋହଲି ଓହରିବା ଉଚିତ : ଗମ୍ଭୀର
ନୂଆଦିଲ୍ଲୀ : ଭାରତୀୟ ଦଳର ଅଧିନାୟକ କୋହଲିଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କ୍ରିକେଟର ତଥା ସାାଂସଦ ଗୌତମ ଗମ୍ଭୀର । ଆରସିବି ଅଧିନାୟକ ପଦରୁ କୋହଲି ଓହରିଯିବା ଉଚିତ ବୋଲି ଗମ୍ଭୀର ମତ ଦେଇଛନ୍ତି । ଦୀର୍ଘ ୮ ସିଜିନ ଧରି କୋହଲି ଆରସିବିର ଅଧିନାୟକ ରହିଥିଲେ ମଧ୍ୟ ଦଳ ଥରୁଟିଏ ଟ୍ରଫି ହାସଲ କରିପାରି ନାହିଁ । ଅନ୍ୟ କୌଣସି ଦଳରେ ଆପଣ ଏଭଳି ସ୍ଥିତି ଦେଖିବାକୁ ପାଇବେ ନାହିଁ । ଚଳିତ ସିଜିନରେ ଆରସିବି ପ୍ଲେଅଫ ଯାଏଁ ଯାଇଥିଲେ ମଧ୍ୟ ନେଟ ରନରେଟ ଭିତ୍ତିରେ ଯାଇଥିଲା । ପ୍ରଥମାର୍ଦ୍ଧରେ ଦଳର ପ୍ରଦର୍ଶନ ଦଳକୁ ବଞ୍ଚାଇ ଦେଇଥିଲା । ତେଣୁ ଆରସିବିକୁ ଅଧିନାୟକ ଭାବରେ ଅନ୍ୟ ବିକଳ୍ପ ଖୋଜିବା ଆବଶ୍ୟକ ଅଥବା ଉତ୍ତରଦାୟିତ୍ୱ ଦୃଷ୍ଟିରୁ କୋହଲି ନିଜେ ଅଧିନାକତ୍ୱ ଛାଡିବା ଉଚିତ । ଦଳର ବିଜୟ ପାଇଁ ଅଧିନାୟକଙ୍କୁ ଶ୍ରେୟ ପ୍ରଦାନ କରାଯାଉଥିବା ବେଳେ ପରାଜୟ ପାଇଁ ମଧ୍ୟ ଅଧିନାୟକ ସମାନ ଭାବରେ ଦାୟୀ ରହିବା ଉଚିତ । ବିରାଟ କୋହଲିଙ୍କ ସମସାମୟିକ ଖେଳାଳି ରୋହିତ ଏବଂ ଧୋନୀ ଯଥାକ୍ରମେ ୪ ଏବଂ ୩ଟି ଆଇପିଏଲ ଟ୍ରଫି ହାସଲ କରି ସାରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗୌତମ ଗମ୍ଭୀର କେକେଆର ଛାଡି ଦିଲ୍ଲୀ ଆସିଥିବା ବେଳେ ଖରାପ ଫର୍ମ କାରଣରୁ ମାତ୍ର ୫ଟି ମ୍ୟାଚ ଖେଳି ଶ୍ରେୟସ ଆୟାରଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିଥିଲେ । ଏପରିକି ଉକ୍ତ ସିଜିନରେ ଗମ୍ଭୀର ଦିଲ୍ଲୀ ମ୍ୟାନେଜମେଣ୍ଟ ନିକଟରୁ ଏକ ଟଙ୍କା ମଧ୍ୟ ଗ୍ରହଣ କରିନଥିଲେ ।