ବିଶ୍ୱକପ ଫାଇନାଲରେ ଟିମ ଇଣ୍ଡିଆ, ଅଷ୍ଟ୍ରେଲିଆକୁ ୯୬ ରନରେ ହରାଇଲା

ବିଶ୍ୱକପ ଫାଇନାଲରେ ଟିମ ଇଣ୍ଡିଆ, ଅଷ୍ଟ୍ରେଲିଆକୁ ୯୬ ରନରେ ହରାଇଲା

ବିଶ୍ୱକପ ଫାଇନାଲରେ ଟିମ ଇଣ୍ଡିଆ, ଅଷ୍ଟ୍ରେଲିଆକୁ ୯୬ ରନରେ ହରାଇଲା

କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଖୁସିର ଖବର। ଇଂଲଣ୍ଡ ବିପକ୍ଷରେ ଫାଇନାଲ ଖେଳିବ ଭାରତ । ଭାରତ-ଇଂଲଣ୍ଡ ଫାଇନାଲ । ୧୯ବର୍ଷରୁ କମ କ୍ରକେଟ ବିଶ୍ୱକପର ଫାଇନାଲ ଲାଇନ୍‌ ଅପ୍‌ ଚୂଡାନ୍ତ ହୋଇଛି। ୫ ତାରିଖରେ ୪ଥର ଚାମ୍ପିଅନ୍‌ ଭାରତ ଓ ଇଂଲଣ୍ଡ ମଧ୍ୟରେ ଫାଇନାଲ ଖେଳାଯିବ । ଦ୍ୱିତୀୟ ସେମିଫାଇନାଲରେ ଭାରତ ୯୬ ରନରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଅଷ୍ଟମ ଥର ପାଇଁ ଫାଇନାଲରେ ଭାରତ । ଦଳ ପ୍ରଥମେ ବ୍ୟାଟିଂ କରି ଅଧିନାୟକ ୟଶ୍‌ ଧୂଲଙ୍କ ଶତକ ଓ ସେଖ୍‌ ରସିଦଙ୍କ ଅର୍ଦ୍ଧଶତକ ବଳରେ ୨୯୦ ରନ୍‌ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ମାତ୍ର ୧୯୪ ରନରେ ଅଲଆଉଟ ହୋଇଯାଇଥିଲା । ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ସେମିରେ ଆଫଗାନିସ୍ତାନକୁ ୧୫ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ ।