ରୋହିତ ବିଶ୍ୱର ବିପଜ୍ଜନକ ବ୍ୟାଟସମ୍ୟାନ: ବ୍ରେଟ୍ ଲି

ରୋହିତ ବିଶ୍ୱର ବିପଜ୍ଜନକ ବ୍ୟାଟସମ୍ୟାନ: ବ୍ରେଟ୍ ଲି

ରୋହିତ ବିଶ୍ୱର ବିପଜ୍ଜନକ ବ୍ୟାଟସମ୍ୟାନ: ବ୍ରେଟ୍ ଲି
ଦୁବାଇ: ଚଳିତ ବର୍ଷ ଆଇପିଏଲର ଉଦଘାଟନୀ ମ୍ୟାଚ ଶନିବାର ଆବୁଧାବିରେ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ଉପବିଜେତା ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ମଧ୍ୟରେ ଖେଳାଯିବ । ଏହା ପୂର୍ବରୁ ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବ୍ରେଟ ଲି’ ମୁମ୍ବାଇ ଅଧିନାୟକ ରୋହିତ ଶର୍ମାଙ୍କୁ ଦୁନିଆର ସବୁଠୁ ବିପଜ୍ଜନକ ବ୍ୟାଟସମ୍ୟାନ ବୋଲି କହିଛନ୍ତି । ଲି’ କିଙ୍ଗସ ଇଲେଭେନ ପଞ୍ଜାବ ଓ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଆଇପିଏଲ ଖେଳିବାର ଅଭିଜ୍ଞତା ରଖିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନସ ପାଇଁ ରନ କରିବେ । ସେ ମଧ୍ୟ ଜଣେ ଭଲ ନେତା । ମୁଁ ଭାବୁଛି ସେ ଉଭୟ ନେତୃତ୍ୱ ଓ ରନରେ ଦଳକୁ ଆଗକୁ ନେବେ ବୋଲି ଷ୍ଟାର ସ୍ପୋଟସ ସୋ’ ‘କି୍ରକେଟ କନେକ୍ଟେଡ’ରେ ଲି’କହିଛନ୍ତି । ସୂଚନା ଯୋଗ୍ୟ ଯେ ରୋହିତ ଆଇପିଏଲରେ ୧୮୮ ମ୍ୟାଚ ଖେଳି ୩୧.୬୦ ହାରରେ ୪୮୯୮ ରନ କରି ସର୍ବାଧିକ ରନ ହାସଲକାରୀ ତାଲିକାରେ ତୃତୀୟରେ ରହିଛନ୍ତି । ଏହି ଡାହାଣହାତୀ ବ୍ୟାଟସମ୍ୟାନଙ୍କ ଷ୍ଟ୍ରାଇକରେଟ ୧୩୦.୮୨ ଥିଲା ବେଳେ ୧୯୪ ଛକା ମାରିଛନ୍ତି । ସର୍ବାଧିକ ଛକା ମାରିବାରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।