ଭିକ୍ଷା ମାଗିଲେ ରାଜ୍ୟ ଯୁବ କଂଗ୍ରେସ ସଭାପତି

ଭିକ୍ଷା ମାଗିଲେ ରାଜ୍ୟ ଯୁବ କଂଗ୍ରେସ ସଭାପତି

ଭିକ୍ଷା ମାଗିଲେ ରାଜ୍ୟ ଯୁବ କଂଗ୍ରେସ ସଭାପତି
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସକୁ ରାଜ୍ୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ବେରୋଜଗାର ଦିବସ ରୂପେ ପାଳନ କରିଥିଲା । ମାଷ୍ଟର କ୍ୟାଣ୍ଟିନ ଛକରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ଯୁବକ କଂଗ୍ରେସ କମିସନରେଟ ପୁଲିସ ପାଖରୁ ଅନୁମତି ଆଣିନଥିଲା । ସେହିଭଳି ବିକ୍ଷୋଭ ପ୍ରଦର୍ଶନ ବେଳେ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ନଥିଲା ଓ କିଛି କର୍ମୀ ମାସ୍କ ପିନ୍ଧି ନଥିଲେ । ତେଣୁ କ୍ୟାପିଟାଲ ଥାନା ଆଇଆଇସି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଘଟଣାସ୍ଥଳକୁ ଆସି ଯୁବ କଂଗ୍ରେସ କର୍ମୀଙ୍କଠାରୁ ଜରିମାନା ଆଦାୟ କରିଥିଲେ । କିନ୍ତୁ ଚାକିରି ଓ କର୍ମ ନିଯୁକ୍ତି ନଥିବାରୁ ସେମାନେ ଜରିମାନା ଦେଇପାରିବେ ନାହିଁ ବୋଲି ସଭାପତି ସ୍ମୃତି ରଞ୍ଜନ ଲେଙ୍କା କହିଥିଲେ । ବରଂ ଜରିମାନା ବଦଳରେ ସେମାନଙ୍କୁ ଜେଲରେ ନେଇ ରଖିବାକୁ କହିଥିଲେ । ତେବେ ପରେ ସଭାପତି ଶ୍ରୀ ଲେଙ୍କା ତାଙ୍କ ସମର୍ଥକ ଓ କଂଗ୍ରେସ କର୍ମୀଙ୍କଠାରୁ ଭିକ୍ଷା ମାଗିଥିଲେ ଓ ଭିକ୍ଷାଥାଳରୁ ୫୦୦ ଟଙ୍କା ସଂଗ୍ରହ କରି ଜରିମାନା ଦେଇଥିଲେ ।