ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା : ଆଇପିଏଲରୁ ବାଦ ପଡିଲେ ଏହି ଭାରତୀୟ ଖେଳାଳି

ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା : ଆଇପିଏଲରୁ ବାଦ ପଡିଲେ ଏହି ଭାରତୀୟ ଖେଳାଳି

ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା : ଆଇପିଏଲରୁ ବାଦ ପଡିଲେ ଏହି ଭାରତୀୟ ଖେଳାଳି
ଦୁବାଇ : ଆଇପିଏଲ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଦର୍ଶନ ଦମଦାର ରହିଥିଲେ ମଧ୍ୟ ଦଳର ଜଣେ ପରେ ଜଣେ ଖେଳାଳି ଆହତ ହେବାରେ ଲାଗିଛନ୍ତି । ସୋମବାର ଆଉ ଜଣେ ଭାରତୀୟ ଖେଳାଳି ଏହି ଧାରାରେ ସାମିଲ ହୋଇଛନ୍ତି । ଭାରତୀୟ ଖେଳାଳି ଇଶାନ୍ତ ଶର୍ମା ଆହତ ହେବା ସହିତ ଆଇପିଏଲରୁ ବାଦ ପଡିଛନ୍ତି । ପୂର୍ବରୁ ବରିଷ୍ଠ ଖେଳାଳି ଅମିତ ମିଶ୍ର ମଧ୍ୟ ଆହତ ହୋଇ ଆଇପିଏଲରୁ ବାଦ ପଡିଥିଲେ । ଇଶାନ୍ତଙ୍କ ତଳିପେଟର ମାଂଶପେଶୀ ଟାଣି ହୋଇଯିବା କାରଣରୁ ସେ ଆଇପିଏଲରୁ ବାଦ ପଡିଛନ୍ତି । ତେବେ ଚଳିତ ଆଇପିଏଲରେ ଇଶାନ୍ତ ମାତ୍ର ଗୋଟିଏ ମ୍ୟାଚ ଖେଳିଥିଲେ । ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଇଶାନ୍ତ ୩ ଓଭର ବୋଲିଂ କରିଥିଲେ । ତେବେ ଅକ୍ଟୋବର ୭ ତାରିଖରେ ଏକ ଅଭ୍ୟାସ ସେସନ ସମୟରେ ଇଶାନ୍ତ ଆହତ ହୋଇଥିଲେ । ସମସ୍ତ ସ୍କାନ ରିପୋର୍ଟ ଆସିବା ପରେ ଇଶାନ୍ତ ଏହି ଟୁର୍ଣ୍ଣାମେଣ୍ଟ ନଖେଳିବା ସ୍ପଷ୍ଟ ହୋଇଛି । ଦିଲ୍ଳୀ କ୍ୟାପିଟାଲ୍ସ ପକ୍ଷରୁ ଇଶାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି ।