ଆଜି ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ଲଢେଇ

ଆଜି ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ଲଢେଇ

ଆଜି ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ଲଢେଇ
ଇଂଲଣ୍ଡ:ଅପେକ୍ଷାର ମୁହୂର୍ତ ଶେଷ ହୋଇ ଆସୁଛି । ଆଉ କିଛି ଘଂଟା ପରେ ବାଜି ଉଠିବ ବିଶ୍ୱକପ ବିଗୁଲ । ସମୟ ଯେତିକି ପାଖେଇ ଆସୁଛି ପ୍ରଶଂସକଙ୍କ ମଧ୍ୟରେ ଉକôଣ୍ଠା ସେତିକି ବଢି ବଢି ଚାଲିଛି । ବିଶ୍ୱ କ୍ରିକେଟର ମହାପର୍ବ ଦିନିକିଆ ବିଶ୍ୱକପ । ଅନୁମାନ, ପୂର୍ବନୁମାନର ବେଳ ଶେଷ ହୋଇଛି, ଏବେ କେବଳ ପ୍ରକୃତ ଲଢେଇକୁ ଅପେକ୍ଷା ।୧୦ ଦଳ, ୧୧ ଷ୍ଟାଡିୟମ ଏବଂ ୪୮ଟି ମ୍ୟାଚ । ଏଥର ନୂଆ ଫର୍ମାଟ ଅନୁସାରେ ପ୍ରତିଟି ମ୍ୟାଚ ଉପରେ ରହିବ ନଜର । ଗୁରୁବାର ୧୨ଶ ବିଶ୍ବକପ୍ର ଉଦ୍ଘାଟନୀ ମ୍ୟାଚ୍ ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଫର୍ମ ଓ ରେକର୍ଡ ଉଭୟ ଇଂଲଣ୍ଡ ସପକ୍ଷରେ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଥରେ ମଧ୍ୟ ଫାଇନାଲରେ ପହଞ୍ଚି ପାରିନାହିଁ। ଦକ୍ଷତାସମ୍ପନ୍ନ ଖେଳାଳିଙ୍କୁ ନେଇ ଗଠିତ ଦକ୍ଷିଣ ଆଫ୍ରିକା ସର୍ବଦା ଟାଇଟଲ ଦାବିଦାର ହୋଇ ବିଶ୍ବକପ୍ ଖେଳିଥିବା ବେଳେ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ହାରି ବିଦାୟ ନେଇଛି। ଯେମିତି ଗତ ବିଶ୍ବକପ୍ ସେମିଫାଇନାଲରେ ବିଜୟର ଦ୍ବାରରେ ଥାଇ ମଧ୍ୟ ଦକ୍ଷିଣ ଆଫ୍ରିକା ପରାଜୟ ବରଣ କରିଥିଲା। ଏଥର କିନ୍ତୁ ଦାବିଦାର ତାଲିକାରେ ଦକ୍ଷିଣ ଆଫ୍ରିକା ନାହିଁ; ଯାହା ଏହାକୁ ସୁହାଇପାରେ ଏବଂ ଏହାର ଖେଳାଳି ପ୍ରାକୃତିକ କ୍ରିକେଟ ଖେଳିବାର ସ୍ବାଧୀନତା ପାଇପାରନ୍ତି। ଅନ୍ୟପକ୍ଷରେ ଏହି ବିଶ୍ବକପ୍ ପାଇଁ ଗତ ୪ ବର୍ଷ ହେଲା ଯୋଜନା କରିଆସୁଛି ଇଂଲଣ୍ଡ। ୨୦୧୫ ବିଶ୍ବକପ୍ରେ ପ୍ରଥମ ରାଉଣ୍ଡରୁ ବିଦାୟ ନେବା ପରେ ଇଂଲଣ୍ଡ ଏହି ବିଶ୍ବକପ୍ ଲାଗି ୪ ବର୍ଷ ହେଲା ଯୋଜନା କରିଆସୁଛି। ଏହାର ସୁଫଳ ଇଓନ୍ ମୋର୍ଗାନଙ୍କ ଦଳକୁ ମିଳିଛି। ଏହା ଆଇସିସି ଦିନିକିଆ ମାନ୍ୟତାର ୧ନଂ ସ୍ଥାନରେ ପହଞ୍ଚିଥିବା ବେଳେ ୨ ଥର ସର୍ବାଧିକ ଦଳଗତ ସ୍କୋର୍ର ବିଶ୍ବରେକର୍ଡ ସ୍ଥାପନ କରିଛି। ଏବେ ୬ ୱିକେଟରେ ୪୮୧ ରନ୍ର ବିଶ୍ବରେକର୍ଡ ଇଂଲଣ୍ଡ ନାମରେ ହିଁ ଅଛି। ଇଂଲଣ୍ଡ ଦଳର ଏହି ଉତ୍ଥାନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏହାର ବ୍ୟାଟିଂ। ବିସ୍ଫୋରକ ବ୍ୟାଟିଂ ଜରିଆରେ ଇଓନ୍ ମୋର୍ଗାନ୍, ଜୋ ରୁଟ୍, ଜେସନ୍ ରୟ, ଜନି ବେୟାରେଷ୍ଟା ଓ ଜୋସ୍ ବଟ୍ଲର ଆଖି ପିଛୁଳାକେ ମ୍ୟାଚ୍ର ମୋଡ଼ ବଦଳାଇ ପାରନ୍ତି। ଜୋଫ୍ରା ଆର୍ଚରଙ୍କ ପରି ଫାଷ୍ଟବୋଲର ଇଂଲଣ୍ଡ ଦଳରେ ସାମିଲ ହେବା ପରେ ଏହା ବୋଲିଂ ଶକ୍ତି ନିଶ୍ଚୟ ବୃଦ୍ଧିପାଇଛି। ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ନିଶ୍ଚୟ ଜଣେ ମ୍ୟାଚ୍ ବିଜେତା। ଅନ୍ୟ ଅଲ୍ରାଉଣ୍ଡର ମୋଇନ୍ ଅଲୀଙ୍କଠାରୁ ଭଲ ପ୍ରଦର୍ଶନର ଆଶାରଖିଛି ଘରୋଇ ଦଳ। ଏବି ଡି’ଭିଲିଅର୍ସ ଅବସର ନେଇଥିଲେ ହେଁ ନିର୍ଭରଯୋଗ୍ୟ ଫାଫ୍ ଡୁ ପ୍ଲେସି ଦଳର ନେତୃତ୍ବ ନେଉଛନ୍ତି। ଓପ୍ନର କ୍ବିଣ୍ଟନ ଡି କକ୍ ଆରମ୍ଭରୁ ଦ୍ରୁତଗତିରେ ସ୍କୋର୍ କରିପାରନ୍ତି। ହାସିମ୍ ଆମ୍ଲା ଇନିଂସକୁ ସ୍ଥାୟିତ୍ବ ଦେଇପାରନ୍ତି; ଯାହାର ଫାଇଦା ପାଇବେ ରାସି ଭାନ୍ ଡ୍ୟୁସେନ୍, ଡେଭିଡ୍ ମିଲର ଓ ଜେପି ଡ୍ୟୁମିନି। ଆହତ ଥିବାରୁ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଫାଷ୍ଟବୋଲର ଡେଲ୍ ଷ୍ଟେନ୍ ଖେଳିବେ ନାହିଁ। ତାଙ୍କ ଅନୁପସ୍ଥିତିରେ କାଗିସୋ ରାବାଡ଼ା ଫାଷ୍ଟବୋଲିଂ ଦାୟିତ୍ବ ସମ୍ଭାଳିବେ। ଦିନିକିଆ କ୍ରିକେଟରେ ବେଶ୍ ସଫଳ ଲେଗ୍ସ୍ପିନର ଇମ୍ରାନ୍ ତାହିର ଜୀବନର ଅନ୍ତିମ ବିଶ୍ବକପ୍ ଖେଳିବାକୁ ଯାଉଥିବା ବେଳେ ନିଶ୍ଚୟ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ।