ମାସେ ଯାଏଁ ଟିଭି ଡିବେଟରେ ଭାଗ ନେବେନି କଂଗ୍ରେସ

ମାସେ ଯାଏଁ ଟିଭି ଡିବେଟରେ ଭାଗ ନେବେନି କଂଗ୍ରେସ

ଭୁବନେଶ୍ୱର : ନିର୍ବାଚନ ପରେ କଂଗ୍ରେସ ଏବେ ଅସ୍ଥିରତା ଦେଇ ଗତି କରୁଛି । ନିର୍ବାଚନରେ ଦଳର ବିପର୍ଯ୍ୟୟରେ ମର୍ମାହତ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ପଦରୁ ଇସ୍ତଫା ଦେବା ଜିଦରେ ଅଟଳ ଅଛନ୍ତି । ତେବେ ରାହୁଲଙ୍କ ଇସ୍ତଫାକୁ ଏଯାବତ ଦଳ ଗ୍ରହଣ କରିବା ମୁଡ଼ରେ ନାହିଁ । ରାହୁଲଙ୍କୁ ପଦରେ ରହିବାକୁ ମା’ ସୋନିଆ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତାମାନେ ଅନୁରୋଧ କରି ଆସୁଛନ୍ତି । କିନ୍ତୁ ରାହୁଲ ଏଯାଏଁ ନିଜ ଜିଦରେ ଅଟଳ ରହୁଥିବାରୁ କଂଗ୍ରେସ ଚିନ୍ତାରେ ପଡ଼ିଯାଇଛି । ଅପରପକ୍ଷରେ ଏକ ନୂତନ ଘଟଣାକ୍ରମେ କୌଣସି ଟିଭି ବିତର୍କରେ ଭାଗନନେବାକୁ କଂଗ୍ରେସ ପକ୍ଷରୁ ନିଷ୍ପତି ନିଆଯାଇଛି । ଏନେଇ ରଣଦୀପ ସୁରେଜୱାଲ ସୂଚନା ଦେଇଛନ୍ତି । ମାସକ ପର୍ଯ୍ୟନ୍ତ କୌଣସି କଂଗ୍ରେସ ନେତା ଟିଭି ବିତର୍କରେ ଭାଗ ନେବେନାହିଁ । ତେଣୁ ବିତର୍କରେ କଂଗ୍ରେସକୁ ସାମିଲ ନକରିବା ପାଇଁ ସେ ଟିଭି ସମ୍ପାଦକମାନଙ୍କୁ ଅନୁରୋଧ କରିଛନ୍ତି ।