ବଳିଦାନ ପ୍ରତୀକ ଲଗାଇ ପାରିବେନି ଧୋନି:ଆଇସିସି

ବଳିଦାନ ପ୍ରତୀକ ଲଗାଇ ପାରିବେନି ଧୋନି:ଆଇସିସି

ବଳିଦାନ ପ୍ରତୀକ ଲଗାଇ ପାରିବେନି ଧୋନି:ଆଇସିସି
ନଆଦିଲ୍ଲୀ: ଚଳିତ ବିଶ୍ୱକପରେ ମହେନ୍ଦ୍ର ସିଂହ ଧୋନି ୱିକେଟ କିପିଂ ଗ୍ଲୋଗସରେ ସେନାର ପ୍ରତୀକ ବ୍ୟବହାର କରି ବିବାଦ ଘେରରେ ଛନ୍ଦି ହୋଇଛନ୍ତି । ଏହି ଘଟଣାରେ ବିସିସିଆଇ ଧୋନିଙ୍କୁ ସମର୍ଥନ କରିଥିଲା । ବିସିସିଆଇ ନିକଟରୁ ସନ୍ତୋଷଜନକ ଉତର ନପାଇବା ପରେ ଆଇସିସି ଏହି ଗ୍ଲୋଭସ ବ୍ୟବହାର ଉପରେ ରୋକ ଲଗାଯାଇଛି । ଫଳରେ ଆଗାମୀ ମ୍ୟାଚରେ ଧୋନି ସେନା ପ୍ରତୀକ ଥିବା ଗ୍ଲୋଭସ ବ୍ୟବହାର କରି ପରିବେନି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଧୋନିଙ୍କ ଗ୍ଳୋଭସରେ ବଳିଦାଜ ବ୍ୟାଜ ଲାଗିଥିବା ଦେଖିବାକୁ ମିଳିଥିଲା । ଏହାକୁ ବିରୋଧ କରି ଆଇସିସି ବିସିସଆଇକୁ ଧୋନିଙ୍କ ଗ୍ଲୋଭସରୁ ସେନା ପ୍ରତୀକ କାଢିବାକୁ ଅନୁରୋଧ କରିଥିଲା । ଅନ୍ୟ ପଟେରେ ଧୋନିଙ୍କ ଗ୍ଲୋଭସରେ ସେନା ପ୍ରତୀକ ନଥିବା ନେଇ ବିସିସିଆଇ ସ୍ପଷ୍ଟୋକ୍ତି ଦେବା ସହ ତାଙ୍କୁ ଏହି ଗ୍ଲୋଭସ ପିନ୍ଧି ଖେଳିବାକୁ ଅନୁମତି ଦେବା ଲାଗି ଆଇସିସିକୁ ଚିଠି ଲେଖିଥିଲା । ବିସିସିଆଇ ଧୋନିଙ୍କ ଗ୍ଲୋଭସ ସେନା ପ୍ରତୀକ ନଥିବା ନେଇ ଯଥେଷ୍ଟ ପ୍ରମାଣ ଦେଇ ନପାରିବାରୁ ଆଇସିସି ଏହା ଉପରେ ରୋକ ଲଗାଇଛି ।