ଆଇପିଏଲ-୧୩, ଉଦଘାଟନୀ ମ୍ୟାଚ ଦେଖିଲେ ୨୦ କୋଟି

ଆଇପିଏଲ-୧୩, ଉଦଘାଟନୀ ମ୍ୟାଚ ଦେଖିଲେ ୨୦ କୋଟି

ଆଇପିଏଲ-୧୩, ଉଦଘାଟନୀ ମ୍ୟାଚ ଦେଖିଲେ ୨୦ କୋଟି
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ତ୍ରୟୋଦଶ ସଂସ୍କରଣର ଉଦଘାଟନୀ ମ୍ୟାଚକୁ ୨୦ କୋଟି ଦର୍ଶକ ଦେଖିଛନ୍ତି । ଯାହା ଆଇପିଏଲ ଇତିହାସରେ ଏକ ନୂଆ ରେକର୍ଡ । ଏ ବିଷୟରେ ବିସିସିଆଇ ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି । କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଆଇପିଏଲ ୟୁଏଇରେ ଆୟୋଜନ କରିଛି ବିସିସିଆଇ । ମ୍ୟାଚ ବିନା ଦର୍ଶକରେ ଖେଳାଯାଉଛି । ଏହା ସତ୍ତ୍ୱେ ବି ଆଇପିଏଲ ଲୋକପି୍ରୟତାରେ ହ୍ରାସ ପାଇ ନାହିଁ ବରଂ ବୃଦ୍ଧି ପାଇଛି । ବାରାକ (ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ) ର ରିପୋର୍ଟ ଅନୁସାରେ ଏହା ସ୍ପଷ୍ଟ ହୋଇଥିବା ସମ୍ପାଦକ ଶାହ କହିଛନ୍ତି । ଶାହ ଟ୍ୱିଟ କରି କହିଛନ୍ତି, ଉଦଘାଟନୀ ମ୍ୟାଚରେ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଛି । ‘ବାରାକ’ ରୁ ଜଣାପଡ଼ିଛି ଯେ ଏହି ମ୍ୟାଚକୁ ୨୦ କୋଟି ଦର୍ଶକ ଦେଖିଛନ୍ତି । ଦେଶରେ କୌଣସି କ୍ରୀଡ଼ା ଲିଗର ଉଦଘାଟନୀ ମ୍ୟାଚରେ ଏହା ସର୍ବାଧିକ ଦର୍ଶକ । ଉଦଘାଟନୀ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସୁପର କିଙ୍ଗସ ଏହି ମ୍ୟାଚରେ ବିଜୟ ଲାଭ କରିଥିଲେ । ଆଇପିଏଲର ପ୍ରସାରଣ ଷ୍ଟାର ସ୍ପୋଟସରେ ହେଉଛି ।