ମୁମ୍ବାଇ ବନାମ ଆରସିବି : ପ୍ଲେଅଫ୍ ବର୍ଥ ଲକ୍ଷ୍ୟରେ ଉଭୟ ଦଳ

ମୁମ୍ବାଇ ବନାମ ଆରସିବି : ପ୍ଲେଅଫ୍ ବର୍ଥ ଲକ୍ଷ୍ୟରେ ଉଭୟ ଦଳ

ମୁମ୍ବାଇ ବନାମ ଆରସିବି : ପ୍ଲେଅଫ୍ ବର୍ଥ ଲକ୍ଷ୍ୟରେ ଉଭୟ ଦଳ
ଦୁବାଇ : ଆଇପିଏଲ ୨୦୨୦ ଏହାର ଅନ୍ତିମ ଚରଣରେ ପହଞ୍ଚିଛି । ତେବେ ଚଳିତ ଟୁର୍ଣ୍ଣାମେଣ୍ଟରୁ ୪୮ ତମ ମ୍ୟାଚ ଖେଳାଯିବାକୁ ବସିଥିଲେ ହେଁ କୌଣସି ଟିମ ଏଯାଏଁ ପ୍ଲେ ଅଫ୍ ସ୍ଥାନ ସୁରକ୍ଷିତ କରିପାରି ନାହାନ୍ତି । ଆଜି ୪୮ ତମ ମୁକାବିଲାରେ ପରସ୍ପରର ମୁକାବିଲା କରିବାକୁ ଯାଉଛନ୍ତି । ଏହି ମୁକାବିଲାରେ ଚଳିତ ସଂସ୍କରଣର ପ୍ରଥମ ପ୍ଲେ ଅଫ ବର୍ଥ ସୁରକ୍ଷିତ କରିବ କୌଣସି ଏକ ଦଳ । ଉଭୟ ଦଳ ୧୪ ପଏଣ୍ଟ ଲେଖାଏଁରେ ଥିବାରୁ ପ୍ଲେ ଅଫ୍ ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ । ହାର୍ମଷ୍ଟ୍ରିଙ୍ଗ ଇଞ୍ଜୁରୀ କାରଣରୁ ରୋହିତ ଶର୍ମା ବାଦ ପଡିବାର ସମ୍ଭାବନା ରହିଛି । ତେବେ ହାର୍ଦ୍ଧିକ ପାଣ୍ଡ୍ୟା ଫର୍ମକୁ ଫେରିବା ମୁମ୍ବାଇ ପାଇଁ ଶୁଭ ସଙ୍କେତ । ଆରସିବିର ବ୍ୟାଟିଂ ଲାଇନ ଅପେକ୍ଷାକୃତ ଶକ୍ତିଶାଳୀ ରହିଥିବା ବେଳେ ବୋଲିଂ ଲାଇନକୁ ନେଇ ସାମାନ୍ୟ ଆଶଙ୍କା ରହିଛି ।