ଡେନମାର୍କ ଓପନ କ୍ୱାର୍ଟରରେ ଶ୍ରୀକାନ୍ତ

ଡେନମାର୍କ ଓପନ କ୍ୱାର୍ଟରରେ ଶ୍ରୀକାନ୍ତ

ଡେନମାର୍କ ଓପନ କ୍ୱାର୍ଟରରେ ଶ୍ରୀକାନ୍ତ
ଓଡେନ୍ସେ : ଡେନମାର୍କ ଓପନର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାତୀୟ ତାରକା କିଦାମ୍ବି ଶ୍ରୀକାନ୍ତ । ପଞ୍ଚମ ସିଡ ଶ୍ରୀକାନ୍ତ ଜାସନ ଆନ୍ଥୋନୀ ହୋ ସୁଏଙ୍କୁ ୩୩ ମିନିଟରେ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ଶ୍ରୀକାନ୍ତ ୨୧-୧୫ ଏବଂ ୨୧-୧୪ ସେଟରେ ବିଜୟୀ ହୋଇଥିଲେ । ଚଳିତବର୍ଷ ଅନୁଷ୍ଠିତ ହେଉଥିବା ଏହି ଏକମାତ୍ର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଭାରତୀୟ ଭାବରେ ରହିଛନ୍ତି କେ ଶ୍ରୀକାନ୍ତ । କରୋନା କାରଣରୁ ବିଡବ୍ଲ୍ୟୁଏଫ ପକ୍ଷରୁ ଏହାର ଏସିଆ ଲେଗ ଏବଂ ୱାର୍ଲ୍ଡ ଟୁର ଫାଇନାଲ ଜାନୁୟାରୀକୁ ଘୁଞ୍ଚାଇ ଦିଆଯାଇଛି ।