ସ୍ପିନରଙ୍କ ଉପରେ ଅଷ୍ଟ୍ରେଲିଆର ସଫଳତା ନିର୍ଭରଶୀଳ: ପଟିଂ

ସ୍ପିନରଙ୍କ ଉପରେ ଅଷ୍ଟ୍ରେଲିଆର ସଫଳତା ନିର୍ଭରଶୀଳ: ପଟିଂ

ସ୍ପିନରଙ୍କ ଉପରେ ଅଷ୍ଟ୍ରେଲିଆର ସଫଳତା ନିର୍ଭରଶୀଳ: ପଟିଂ
ମେଲବୋର୍ଣ୍ଣ: ବିଶ୍ୱକପରେ ଅଷ୍ଟ୍ରେଲିଆ ଦଳର ସ୍ପିନରମାନେ କିପରି ପ୍ରଦର୍ଶନ କରୁଛନ୍ତି ଏବଂ ଏହି ଦଳର ବ୍ୟାଟସମ୍ୟାନମାନେ ପ୍ରତିପକ୍ଷ ଦଳର ସ୍ପିନରଙ୍କୁ କିପରି ଭାବେ ମୁକାବିଲା କରୁଛନ୍ତି ତାହା ଉପରେ ଅଷ୍ଟ୍ରେଲିଆ ସଫଳତା ନିର୍ଭାଶୀଳ ବୋଲି ମତ ଦେଇଛନ୍ତି ଦଳର ପୂର୍ବତନ ଅଧିନାୟକ ରିକି ପଟିଂ । ଅଷ୍ଟେଲିଆ ଦଳରେ ଥିବା ସ୍ପିନର ଆଦାମ ଜାମ୍ପା ବର୍ତମାନ ବେଶ ଭଲ ଫର୍ମରେ ଅଛନ୍ତି । ସେହିପରି ନାଥାନ ଲାୟନ ମଧ୍ୟ ଭଲ ବୋଲିଂ କରୁଥିବା ବେଳେ ସେମାନଙ୍କୁ ଆବଶ୍ୟକ ବେଳେ ସହାୟତା ଯୋଗାବାକୁ ଗ୍ଳେନ ମ୍ୟାକସୱେଲ ଅଛନ୍ତି । ଏହି ସ୍ପିନରମାନେ ଯଦି ଆଶାନୁରୂପ ପ୍ରଦର୍ଶନ କରନ୍ତି ତେବେ ଅଷ୍ଟ୍ରେଲିଆ ଦଳ ବେଶ ଲାଭବାନ ହେବ । ଅଷ୍ଟ୍ରେଲିଆ ଦଳର ମଧ୍ୟଭାଗ ବ୍ୟାଟସମ୍ୟାନ ସ୍ପିନରଙ୍କୁ ମୁକାବିଲା କରିବାରେ ବିଶେଷ ଦଫଳତା ପାଉନଥିବା ଆଲୋଚନା ହେଉଥିବା ପ୍ରସଙ୍ଗରେ ପଟିଂ କହିଛନ୍ତି ଡେଭିଡ ୱୋର୍ଣ୍ଣର ଓ ଷ୍ଟିଭେନ ସ୍ମିଥ ଅଷ୍ଟ୍ରେଲିଆ ଦଳକୁ ଫେରିବା ପରେ ଏହି ସମସ୍ୟାର ଅନ୍ତ ଘଟିବ ବୋଲି ଆଶା ରହିଛି । ସ୍ମିଥ ଏବଂ ୱାର୍ଣ୍ଣର ସ୍ପିନରଙ୍କୁ ମୁକାବିଲା କରିବାରେ ବେଶ ସିଦ୍ଧହସ୍ତ ହୋଇଥିବାରୁ ଅଷ୍ଟ୍ରେଲିଆ ଦଳର ବ୍ୟାଟିଂ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇ ଉଠିଛି ବୋଲି ପଟିଂ ମତ ଦେଇଛନ୍ତି ।