ଆନ୍ତର୍ଜାତିକ ମହିଳା ହକି ଭାରତ ଦ୍ୱିତୀୟ ବିଜୟ

ଆନ୍ତର୍ଜାତିକ ମହିଳା ହକି ଭାରତ ଦ୍ୱିତୀୟ ବିଜୟ

 ଆନ୍ତର୍ଜାତିକ ମହିଳା ହକି ଭାରତ ଦ୍ୱିତୀୟ ବିଜୟ
ଡବଲିନ: କାଟଂର ଫିଜଗେରାଲ୍ଡ ୨୧ ବର୍ଷରୁ କମ ଚତୁଃରାଷ୍ଟ୍ରୀୟ ଆନ୍ତର୍ଜାତିକ ମହିଳା ହକି ପ୍ରତିଯୋଗିତାରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଏହି ପ୍ରତିଯୋଗିତାର ଶନିବାର ପ୍ରଥମ ମ୍ୟାଚରେ କାନାଡାକୁ ୨-୦ ଗୋଲରେ ପରାସ୍ତ କରିଥିବା ଭାରତ ରବିବାର ଦ୍ୱିତୀୟ ମ୍ୟାଚରେ ଆୟୋଜକ ଆୟର୍ଲଣ୍ଡକୁ ୨-୧ ଗୋଲରେ ହରାଇ ଦେଇଛି । ମ୍ୟାଚର ୧୦ମ ମିନିଟରେ ଲଉରା ଫୋଲେଙ୍କ ଗୋଲ ବଳରେ ଆୟର୍ଲାଣ୍ଡ ଆଗୁଆ ରହିଥିଲା । ଏପରିକି ପ୍ରଥମାର୍ଧ ଶେଷ ସୁଦ୍ଧା ମଧ୍ୟ ଘରୋଇ ଦଳ ୧-୦ର ଅଗଣୀରେ ରହିଥିଲା । ହେଲେ ଦ୍ୱିତୀୟାର୍ଥରେ ଦମଦାର ପ୍ରତ୍ୟାବର୍ତନ କରିଥିବା ଭାରତ ଦୁଇଟି ଗୋଲ ଲଦି ନେଇ ମ୍ୟାଚକୁ ନିଜ ପକ୍ଷକୁ ନେଇଯାଇଥିଲା । ୩୫ ମିନିଟରେ ଦଳକୁ ମିଳିଥିବା ଏକ ପେନାଲଟି କର୍ନରକୁ ରିତ ଗୋଲରେ ରୂପାନ୍ତରିତ କରି ଭାରତ ପାଇଁ ସତଇତି ୧-୧ କରିଦେଇଥିଲେ । ଏହାପରେ ୫୩ ମିନିଟରେ ଶର୍ମିଳା ଦେବୀ ବିଜୟସୂଚକ ଗୋଲ କରିଥିଲେ । ଖେଳ ଶେଷ ସୁଦ୍ଧା ସ୍ଥିତି ସମାନ କରିବାର ବାରମ୍ବାର ପ୍ରୟାସ ଆୟର୍ଲାଣ୍ଡ କରିଥିଲେ ମଧ୍ୟ ଭାରତର ରକ୍ଷଣଭାଗ ସାଙ୍ଗକୁ ବିଚୁ ଦେବୀ ସବୁଗୁଡିକ ଭଣ୍ଡୁର କରିଦେଇଥିଲେ । କ୍ରମାଗତ ଦୁଇଟି ବିଜୟ ପରେ ଭାରତୀୟ ଦଳ ଏବେ ତାର ପରବର୍ତୀ ତଥା ଶେଷ ମ୍ୟାଚ ସ୍କଟଲାଣ୍ଡ ସହ ଆସନ୍ତାକାଲି ଖେଳିବ ।