ଦିଲ୍ଲୀ-ପଞ୍ଜାବ ମୁକାବିଲା : ଧୱନଙ୍କ ଅର୍ଦ୍ଧଶତକ

ଦିଲ୍ଲୀ-ପଞ୍ଜାବ ମୁକାବିଲା : ଧୱନଙ୍କ ଅର୍ଦ୍ଧଶତକ

ଦିଲ୍ଲୀ-ପଞ୍ଜାବ ମୁକାବିଲା : ଧୱନଙ୍କ ଅର୍ଦ୍ଧଶତକ
ଦୁବାଇ : ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଶିଖର ଧୱନ ଅର୍ଦ୍ଧଶତକ ହାସଲ କରିଛନ୍ତି । ଧୱନଙ୍କ ଅର୍ଦ୍ଧଶତକ ସହାୟତାରେ ଦିଲ୍ଲୀ ୧୨ ଓଭର ଶେଷ ସୁୂଦ୍ଧା ୨ ୱିକେଟ ହରାଇ ୯୪ ରନ ସଂଗ୍ରହ କରିଛି । ଧୱନ ୩୫ଟି ବଲର ସମ୍ମୁଖୀନ ହୋଇ ୯ଚୌକା ଏବଂ ୧ ଛକ୍କା ସହାୟତାରେ ୬୫ ରନ ସଂଗ୍ରହ କରିଛନ୍ତି । ଟେବୁଲ ଟପରେ ରହିଥିବା ଦିଲ୍ଲୀ ଆଜିର ମ୍ୟାଚରୁ ବିଜୟ ସହିତ ପ୍ଲେ ଅଫ୍ ବର୍ଥ ସୁରକ୍ଷିତ ରଖିବାକୁ ଚାହୁଁଥିବା ବେଳେ ପଞ୍ଜାବ ନିଜ ଆଶା ବଳବତ୍ତର ରଖିବା ପାଇଁ ମ୍ୟାଚ ଖେଳୁଛି । ଅନ୍ୟ ପକ୍ଷରେ ପୂର୍ବ ମ୍ୟାଚର ଡବଲ ସୁପର ଓଭର ବିଜୟ ପରେ ପଞ୍ଜାବ ଖେଳାଳି ଦୃଢ ଆତ୍ମବିଶ୍ୱାସରେ ରହିଛନ୍ତି । ଏହି ମ୍ୟାଚ ପାଇଁ ପଞ୍ଜାବ ଦଳ ଅପରିବର୍ତ୍ତିତ ରହିଥିବା ବେଳେ ଦିଲ୍ଳୀ ଦଳରେ ୩ଟି ପରିବର୍ତ୍ତନ କରାଯାଇଛି । ଆନିର୍କ ନୋର୍ଜେଙ୍କୁ ବିଶ୍ରାମ ଦିଆଯାଇ ଡାନିଏଲ ସାମସଙ୍କୁ ଖେଳାଯାଇଥିବା ବେଳେ ରାହାଣେ ଏବଂ ଆଲେକ୍ସ କେରୀଙ୍କ ସ୍ଥାନରେ ଋଷଭ ପନ୍ତ ଏବଂ ସିମରନ ହିଟମେୟରଙ୍କୁ ସାମିଲ କରାଯାଇଛି ।