ଏସିଆ କପ : ଆଜି ପାକିସ୍ତାନ ଏବଂ ହଂକଂ ହେବେ ମୁହାଁମୁହିଁ

ଏସିଆ କପ : ଆଜି ପାକିସ୍ତାନ ଏବଂ ହଂକଂ ହେବେ ମୁହାଁମୁହିଁ

ଏସିଆ କପ : ଆଜି ପାକିସ୍ତାନ ଏବଂ ହଂକଂ ହେବେ ମୁହାଁମୁହିଁ

ନୂଆଦିଲ୍ଲୀ:  ଆଜି ପାକିସ୍ତାନ ଏବଂ ହଂକଂ ମୁହାଁମୁହିଁ ହେବେ । ଉଭୟ ଟିମ୍ ଭାରତ ପାଖରୁ ହାରି ସାରିଛି । ଆଜି ଯିଏ ଜିତିବ ସିଏ ସୁପର ଫୋର ରାଉଣ୍ଡରେ ପ୍ରବେଶ କରିବ। ଏହି ମ୍ୟାଚରେ ପାକିସ୍ତାନର ପଲା ଭାରି ରହିଛି ।

ସେପଟେ, ରୋମାଞ୍ଚକର ବିଜୟ ସହ ସୁପର-୪ରେ ଶ୍ରୀଲଙ୍କା । ଶେଷ ଲିଗ୍ରେ ବାଂଲାଦେଶ ୨ ୱିକେଟରେ ପରାସ୍ତ ହୋଇଛି । ଚଳିତ ଏସିଆ କପରେ ଗୁରୁବାର ଗ୍ରୁପ୍ ‘ବି’ର ଶେଷ ଲିଗ୍ ମ୍ୟାଚ୍ ଥିଲ।। ବାଂଲାଦେଶକୁ ୨ ୱିକେଟ୍ରେ ପରାସ୍ତ କରି ଶ୍ରୀଲଙ୍କା ଗ୍ରୁପ୍-ବି’ରୁ ଦ୍ୱିତୀୟ ତଥା ମୋଟ ତୃତୀୟ ଦଳ ଭାବେ ସୁପର-୪ରେ ପହଞ୍ଚି ଯାଇଛି । ଏହି ଗ୍ରୁପରେ ଥିବା ଆଫଗାନିସ୍ତାନ ନିଜର ଦୁଇଟି ଯାକ ମ୍ୟାଚ୍ ଜିତି ସୁପର-୪ରେ ସ୍ଥାନ ପକ୍କା କରିସାରିଥିଲା । ତେଣୁ ଆଫଗାନିସ୍ତାନଠୁ ହାରିଥିବା ବାଂଲାଦେଶ ଓ ଶ୍ରୀଲଙ୍କା ପାଇଁ ଗୁରୁବାର କର ବା ମର ମ୍ୟାଚ୍ ହୋଇଥିଲା ।

ଏହି ମ୍ୟାଚରେ ୧୮୪ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଶ୍ରୀଲଙ୍କା ୧୯.୨ ଓଭରରେ ୮ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା । କୁଶାଲ ମେଣ୍ଡିସ ୬୦ ଏବଂ ଅଧିନାୟକ ଦାସୁନ ସନକା ୪୫ ରନ୍ କରିଥିଲେ । ବିଶେଷକରି ଅସିଥ୍ ଫର୍ଣ୍ଣାଣ୍ଡୋ ୩ ବଲ୍ରୁ ୧୦ ରନ୍ କରି ଶ୍ରୀଲଙ୍କାକୁ ବିଜୟ ଭେଟି ଦେଇଥିଲେ । ଏହି ମ୍ୟାଚ୍ରେ ଶ୍ରୀଲଙ୍କା ଟସ୍ ଜିତି ବାଂଲାଦେଶକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ବାଂଲାଦେଶ ୭ ୱିକେଟ୍ ହରାଇ ୧୮୩ ରନ୍ କରିଥିଲା । ଅଫିଫ୍ ହୁସେନ ୨୨ ବଲରେ ୩୯ ରନ୍ ସର୍ବାଧିକ କରିଥିଲେ ।