ବିଜେଡିର ଉତ୍ତରଦାୟିତ୍ୱ ପ୍ରତି ନିଷ୍ଠା ନାହିଁ : ସତ୍ୟ ପ୍ରକାଶ ନାୟକ

ବିଜେଡିର ଉତ୍ତରଦାୟିତ୍ୱ ପ୍ରତି ନିଷ୍ଠା ନାହିଁ : ସତ୍ୟ ପ୍ରକାଶ ନାୟକ

 ବିଜେଡିର ଉତ୍ତରଦାୟିତ୍ୱ ପ୍ରତି ନିଷ୍ଠା ନାହିଁ : ସତ୍ୟ ପ୍ରକାଶ ନାୟକ

ଭୁବନେଶ୍ବର: ନବୀନଙ୍କୁ ମିଳିବ ଆୱାର୍ଡ, ଦିଲ୍ଲୀ ଓ ଭୁବନେଶ୍ବରରେ ଶୋଭାଯାତ୍ରା କରିବ ବିଜେଡି । ଏନେଇ  ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ବ ଦେଇଛି ଦଳ । ସେପଟେ ମହିଳା ବିରୋଧୀ ଅପରାଧ ବଢିଥିବା ବେଳେ ବିଜେଡିର ଶକ୍ତି ପ୍ରଦର୍ଶନକୁ ସମାଲୋଚନା କରିଛି କଂଗ୍ରେସ ।

ଆସନ୍ତା ୪ ତାରିଖରେ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ମାନିତ ହୋଇ ୬ ତାରିଖରେ ଓଡ଼ିଶା ଫେରିବେ ବିଜେଡି ସୁପ୍ରିମୋ । ତେବେ ଦିଲ୍ଲୀ ଓ ଭୁବନେଶ୍ବରରେ ଭବ୍ୟ ସ୍ବାଗତ ଶୋଭାଯାତ୍ରା କରିବାକୁ ଯୋଜନା କରିଛି ଦଳ । ଏନେଇ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।
ସେପଟେ ଏହାକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ । ସେ କହିଛନ୍ତି, "ନବୀନ ପୁରସ୍କାର ପାଉଛନ୍ତି ଆମର କିଛି ଆପତ୍ତି ନାହିଁ । କିନ୍ତୁ ଯେତେବେଳେ ନିଜ ରାଜ୍ୟର ମହିଳା ମାନେ ଅଧିକ ନିର୍ୟାତିତ । ଅପରାଧର ଶିକାର ହେଉଛନ୍ତି । ଶିଶୁ ମାନେ ସବୁଠାରୁ ଅଧିକ ଅସୁରକ୍ଷିତ । ସେହି ସମୟରେ ଏହି ପୁରସ୍କାର ସ୍ୱୀକାର କରିବା ଓ ଜାକଜମକରେ ବିରାଟ ଶୋଭାଯାତ୍ରା କରିବା ଦରଦହୀନତାକୁ ଦର୍ଶାଉଛି । ବିଜେଡିର ଉତ୍ତରଦାୟିତ୍ୱ ପ୍ରତି ନିଷ୍ଠା ନାହିଁ । ନହେଲେ ଆୱାର୍ଡ ଗ୍ରହଣ କରି ପର୍ବ ପାଳନ କରିନଥାନ୍ତେ ।"