ନବୀନ ପାଇବେ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ , ଏମିତି କହିଲେଇ ଅଶୋକ ପଣ୍ଡା

ନବୀନ ପାଇବେ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ , ଏମିତି କହିଲେଇ ଅଶୋକ ପଣ୍ଡା

  ନବୀନ  ପାଇବେ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ , ଏମିତି କହିଲେଇ  ଅଶୋକ ପଣ୍ଡା

ଭୁବନେଶ୍ବର: ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଉଲ୍ଲେଖନୀୟ ନେତୃତ୍ବ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଉପଲବ୍ଧିକୁ ନେଇ ବିଜେଡି କହିଛି ଆମେ ସମସ୍ତେ ନବୀନଙ୍କ ପାଇଁ ଗର୍ବିତ ।

ଏହାକୁ ନେଇ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ବିଜେଡି ନେତା ଅଶୋକ ପଣ୍ଡା କହିଛନ୍ତି, "ସେ ଜଣେ ଏଭଳି ବ୍ୟକ୍ତି ଯିଏ ନିଜ ଜୀବନ ଓଡ଼ିଶା ପାଇଁ ସମର୍ପି ଦେଇଛନ୍ତି । ତାଙ୍କ କାର୍ୟ୍ୟ ସ୍ବୀକୃତି ତାଙ୍କୁ ମିଳିଛି । ସେ ଜଣେ ସମର୍ପତି ବ୍ୟକ୍ତି । ସେ ଆଗାମୀ ପୀଢ଼ି ପାଇଁ ଜଣେ ପ୍ରେରଣା ।"

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ, ଏହାକୁ ନେଇ ଭୁବନେଶ୍ବର ମେୟର କହିଛନ୍ତି, "ନିଶ୍ଚିତ ଭାବରେ ଆମେ ତାଙ୍କ ପାଇଁ ଗର୍ବିତ । ତାଙ୍କ ତ୍ୟାଗ ତାଙ୍କ ସମର୍ପଣଭାବ ଦଳମତ ନିର୍ବିଶେଷରେ ସେ ରାଜ୍ୟ ପାଇଁ କଣ ନକରିଛନ୍ତି ? ତାଙ୍କର ଯୋଜନା ତାଙ୍କ କାର୍ୟ୍ୟକ୍ରମ ଲୋକଙ୍କ ଦ୍ବାରା ଆଦୃତ ହୋଇଛନ୍ତି । ତାଙ୍କ ସମସ୍ତ ଯୋଜନା ସ୍ବତନ୍ତ୍ର । ଏଥିପାଇଁ ସେ ଏହି ଉପଲବ୍ଧି ପାଇଛନ୍ତି । ସାରା ରାଜ୍ୟ ତାଙ୍କ ପାଇଁ ଗର୍ବିତ ।"
ଉଲ୍ଲେଖନୀୟ ନେତୃତ୍ବ ପାଇଁ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ସେପ୍ଟେମ୍ବର ୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରିବେ ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମଣା । ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଏହି ଆଓ୍ବାର୍ଡ ପ୍ରଦାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ୪ ତାରିଖରେ ସେ ଏହି ସମ୍ମାନରେ ସମ୍ମାନିତ ହେବାର କାର୍ୟ୍ୟକ୍ରମ ରହିଛି ।