ଜାଣନ୍ତୁ ଆଇପିଏଲରୁ ରାଇନା ଓହରିବାର ପ୍ରକୃତ କାରଣ

ଜାଣନ୍ତୁ ଆଇପିଏଲରୁ ରାଇନା ଓହରିବାର ପ୍ରକୃତ କାରଣ

ଜାଣନ୍ତୁ ଆଇପିଏଲରୁ ରାଇନା ଓହରିବାର ପ୍ରକୃତ କାରଣ
ଦୁବାଇ : ସିଏସକେ ସୁପରଷ୍ଟାର ସୁରେଶ ରାଇନା ଆଇପିଏଲରୁ ଓହରି ଯାଇଥିବା ବେଳେ ଜାଣନ୍ତୁ ଏହା ପଛର ପ୍ରକୃତ କାରଣ କଣ? ରାଇନା ଆଇପିଏଲରୁ ଓହରୁଥିବା ନେଇ ଶନିବାର ଦିନ ସିଏସକେ ସିଇଓ ଟ୍ୱିଟ ଜରିଆରେ ଘୋଷଣା କରିଥିଲେ । ପାରିବାରିକ କାରଣ ଦର୍ଶାଇ ରାଇନା ଓହରିଥିଲେ ମଧ୍ୟ ଏହା ପଛର କାରଣ ଅଲଗା ବୋଲି ଜଣାପଡିଛି । ଆଉଟଲୁକରେ ପ୍ରକାଶିତ ଏକ ଖବର ଅନୁଯାୟୀ ହୋଟେଲ ରୁମକୁ ନେଇ ବିବାଦ କାରଣରୁ ରାଇନା ଆଇପିିଏଲରୁ ଓହରିଛନ୍ତି । ଧୋନୀଙ୍କ ରୁମ୍ ଭଳି ରୁମ୍ ଦାବି କରିଥିଲେ ରାଇନା ମାତ୍ର ସେପରି ରୁମ ନ ମିଳିବାରୁ ୍ରଆଇପିଏଲରୁ ଓହରି ବାର ନିଷ୍ପତ୍ତି ନେଇଥିବା ପ୍ରକାଶ ପାଇଛି । ତେବେ ରାଇନାଙ୍କ ଜଣେ ସମ୍ପର୍କୀୟ ପଠାନକୋଟରେ ପ୍ରାଣ ହରାଇଥିବା ବେଳେ ରାଇନା ସେଥିପାଇଁ ଭାରତ ଫେରିଥିବା ଜଣା ପଡିଛି । ତେବେ ଏହି ଘଟଣାକୁ ନେଇ ରାଇନାଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । ଏହା ସହିତ ୟୁଏଇରେ ଖେଳାଳିଙ୍କ ପାଇଁ ରହିଥିବା ବାୟୋ ବବଲ ବ୍ୟବସ୍ଥା ଅଧିକ କଡାକଡି ରହିଥିବାରୁ ରାଇନା ଓହରିଥିବା ନେଇ ମଧ୍ୟ ଅନୁମାନ ଲଗାଯାଉଛି । ଏହା ସହିତ ଦଳର ୧୩ ଜଣ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ କରୋନାରେ ଆକ୍ରାନ୍ତ ହେବା ରାଇନାଙ୍କ ପ୍ରସ୍ଥାନର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି ।