ଉଦଯୋଗୀ ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ୫ ମାସ ଧରି ଅସହାୟଙ୍କୁ ଖାଦ୍ୟ ବଣ୍ଟନ

ଉଦଯୋଗୀ ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ୫ ମାସ ଧରି ଅସହାୟଙ୍କୁ ଖାଦ୍ୟ ବଣ୍ଟନ

ଉଦଯୋଗୀ ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ୫ ମାସ ଧରି ଅସହାୟଙ୍କୁ ଖାଦ୍ୟ ବଣ୍ଟନ
କରୋନା ମହାମାରୀର କରୁଣ ଦାରୁଣ ବିପତ୍ତି ସମୟରେ ଭୋକିଲା ପେଟକୁ ମୁଠିଏ ଦାନା, ଶୁଖିଲା ଓଠରେ ଚେନାଏ ହସ ଫୁଟାଇବା ପାଇଁ ଦୀର୍ଘ ଦିନର ଛୋଟ ଛୋଟ ପ୍ରୟାସ ଜାରି ରହିଥିଲା । ଲକଡାଉନା ଆରମ୍ଭରୁ ଆଜି ଶେଷ ଦିନ ଯାଏ ଆମର ପ୍ରୟାସ ଜାରି ରହିଥିଲା । ସ୍ରଷ୍ଟାର ସୃଷ୍ଟିରେ ଯେତେବି ଜୀଵିତ ପ୍ରାଣୀ ଅଛନ୍ତି ସେମାନଙ୍କ ଭୋକିଲା ପେଟରେ ମୁଠିଏ ଦାନା ଦେବା ପାଇଁ ନିରନ୍ତର ଅଭିରାମ ପ୍ରୟାସ ଜାରି ରହିଥିଲା । ଏଥିରେ ସରକାର ତଥା ଈଗଉ ଅଧିକାରୀ ମାନେ ସାହାଯ୍ୟ କରିଥିଲେ । ମାନସ କୁମାର ମିଶ୍ର, ସମରେନ୍ଦ୍ର କୁମାର ଜେନା (ପିକୁ ଭାଇ) , ଅକ୍ଷୟ କୁମାର ରାଉତ, ରମେଶ ଚନ୍ଦ୍ର ଶତପଥୀ, ଅଂଶୁମାନ ଜେନା, ଜଗନ୍ନାଥ ବେହେରା, ଅରୁଣ କୁମାର ରାଉତ, ପ୍ରତାପ କୁମାର ପ୍ରଧାନ, ପ୍ରଣୟ କିଶୋର ଜେନା, ହିମାଂଶୁ କୁମାର ନାୟକ, ଭାଗ୍ୟଶ୍ରୀ ନନ୍ଦ ଇତ୍ୟାଦିଙ୍କର ସହଯୋଗ ସହଭାଗୀତାରେ ସଫଳ ରୂପାୟନ ପାଇଁ ପ୍ରଚେଷ୍ଟା କରିଥିଲୁ । ସମୟର ନିଷ୍ଠୁର ନିର୍ଦ୍ଦେଶ ଆଗରେ ଆଜି ମଣିଷ ହେଉ ଅବା ପଶୁପକ୍ଷୀ ସମସ୍ତଙ୍କୁ ଆମେ ଦେଖିଛୁ । ଏହି ଅନୁଭବ ଅନୁଭୁତିରୁ ଅନୁଭବ କଲୁ ଯେ ପେଟର ଭୋକ ସମସ୍ତଙ୍କର ସମାନ । ଜୀବନ ଜୀବିକାର ଯୁଦ୍ଧରେ ଆଜି ମଣିଷ ଅସହାୟ ମଣିଷଟିଏ ଅସ୍ଥିର ହୋଇ ପଡୁଥିବା ବେଳେ ଆମର ଏହି ଛୋଟ ପ୍ରୟାସକୁ ବହୁ ସାଧୁବାଦ ମିଳିଥିଲା । ସେବାକୁ ଜୀବନର ବ୍ରତ କରି ଦୀର୍ଘ ଦିନର ପ୍ରୟାସକୁ ଜାରି ରଖିଥିଲୁ । ତଥାପି କାଳିଆ ସାଆନ୍ତଙ୍କ ପାଖରେ ଏତିକି ବିନତି ଏ କରୋନାର କରୁଣ ଦାରୁଣ ବିପତ୍ତିରୁ ସଂସାରକୁ ରକ୍ଷା କରନ୍ତୁ ।