ଅଚ୍ୟୁତଙ୍କ ପାଇଁ ଦୂତିଙ୍କ ନିର୍ବାଚନ ପ୍ରଚାର

ଅଚ୍ୟୁତଙ୍କ ପାଇଁ ଦୂତିଙ୍କ ନିର୍ବାଚନ ପ୍ରଚାର

ଅଚ୍ୟୁତଙ୍କ ପାଇଁ ଦୂତିଙ୍କ ନିର୍ବାଚନ ପ୍ରଚାର
ଭୁବନେଶ୍ୱର: ଦୂତୀ ଚାନ୍ଦଙ୍କ ବିରୋଧରେ ବୁଧବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ବିଜେଡିର କନ୍ଧମାଳ ଏମ୍‌ପି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ସପକ୍ଷରେ ସେ ସୋସିଆଲ ମିଡିଆରେ ଭୋଟ ମାଗୁଥିବା ଅଭିଯୋଗରେ ଦର୍ଶାଯାଇଛି। ତେବେ ଏଭଳି ଅଭିଯୋଗ ଆସିବା ପରେ ଏହାର ଯାଞ୍ଚ ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଜଣେ ଆମ୍ବାସଡର ଏପରି କରିବା ଉଚିତ ନୁହେଁ । ଯାଞ୍ଚ ହେବା ପରେ ଏନେଇ ସ୍ପଷ୍ଟ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଅନ୍ୟପକ୍ଷରେ ଦୂତୀଙ୍କ ବିରୋଧରେ ବିଜେପି ସିଇଓଙ୍କ ନିକଟରେ ଫେରାଦ ହେବା ସହ ନିର୍ବାଚନ କମିଶନଙ୍କ ବ୍ରାଣ୍ଡ ଆମ୍ବାସଡର ପଦରୁ ତାଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛି । ଜଣେ ପ୍ରାର୍ଥୀଙ୍କ ପାଇଁ ଦୂତୀ ବ୍ୟକ୍ତିଗତଭାବେ ଭୋଟ ମାଗିବା ଠିକ ନୁହେଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏଥିସହ ସିଇଓଙ୍କ ନିରପେକ୍ଷତା ଉପରେ ମଧ୍ୟ ବିଜେପି ପ୍ରଶ୍ନ କରିଛି ।