ରୋଗୀଙ୍କୁ ଶୋଷଣ କରୁଛନ୍ତି ଘରୋଇ ହସ୍ପିଟାଲ : ମୋହନ ମାଝୀ

ରୋଗୀଙ୍କୁ ଶୋଷଣ କରୁଛନ୍ତି ଘରୋଇ ହସ୍ପିଟାଲ : ମୋହନ ମାଝୀ

ରୋଗୀଙ୍କୁ ଶୋଷଣ କରୁଛନ୍ତି  ଘରୋଇ ହସ୍ପିଟାଲ : ମୋହନ ମାଝୀ
ଭୁବନେଶ୍ୱର: ଘରୋଇ ହସ୍ପିଟାଗୁଡ଼ିକ ରୋଗୀଙ୍କୁ ଶୋଷଣ କରୁଥିବା ଅଭିଯୋଗରେ ସୋମବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇଛନ୍ତି । ପ୍ରକାଶ ଯେ, ଆଜି ବିଧାନସଭାରେ ଘରୋଇ ହସ୍ପିଟାଲଗୁଡ଼ିକ ଶୋଷଣ କରୁଥିବା ଅଭିଯୋଗ ଉଠିଥିଲା । ଶୂନ୍ୟକାଳରେ ଗୃହରେ ଏହି ଅଭିଯୋଗ ଉଠାଇଥିଲେ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ । ଏହାର ଉଦାହରଣ ଦେଇ ସେ ଭୁବନେଶ୍ୱରସ୍ଥ କଳିଙ୍ଗ ହସ୍ପିଟାଲର ନାମ ନେଇଥିଲେ । ବିଧାୟକ ଖୋଦ ନିଜେ ଏହାର ଅନୁଭବୀ ବୋଲି ଗୃହରେ କହିଥିଲେ । ତେବେ ମୋହନ ମାଝୀଙ୍କ ଏହି ଅଭିଯୋଗ ଉପରେ ବାଚସ୍ପତି ଶ୍ରୀ ପାତ୍ର ରୁଲିଂ ଦେଇଛନ୍ତି । ପ୍ରତିଦିନ ଏଭଳି ଅନେକ ଅଭିଯୋଗ ଆସୁଥିବା ବାଚସ୍ପତି ଶ୍ରୀ ପାତ୍ର କହିଥିଲେ । ଏଥିସହ ଏନେଇ ବିଭାଗୀୟ ମନ୍ତ୍ରୀ ଅଧିକାରୀସ୍ତରୀୟ କମିଟି ଗଠନ କରି ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁଚ ରୁଲିଂ ଦେଇଛନ୍ତି । ପୂର୍ବରୁ ବିଧାନସଭା ଆରମ୍ଭରୁ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଫଳରେ ବାଚସ୍ପତି ଦିନ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଗୃହ କାର୍ୟ୍ୟ ଆରମ୍ଭ ହେବା ପରେ କଂଗ୍ରେସ ବିଧାୟକମାନେ କୃଷି ଓ କୃଷକଙ୍କ ସମସ୍ୟାକୁ ନେଇ ଆଲୋଚନା ପାଇଁ ଦାବି କରିବା ସହ ହଟ୍ଟଗୋଳ ଆରମ୍ଭ କରିଥିଲେ। ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସମେତ ଅନ୍ୟ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଯାଇ ହୋହଲ୍ଲା କରିବା ସହିତ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।