କଂଗ୍ରେସ ଛାଡିଲେ ଡା.ଅଶ୍ବିନୀ ପୂଜାହାରୀ

କଂଗ୍ରେସ ଛାଡିଲେ ଡା.ଅଶ୍ବିନୀ ପୂଜାହାରୀ

କଂଗ୍ରେସ ଛାଡିଲେ ଡା.ଅଶ୍ବିନୀ ପୂଜାହାରୀ
ଭୁବନେଶ୍ୱର: ସମ୍ବଲପୁର ବିଧାନସଭା ପାଇଁ ଛିଡ଼ା ହୋଇଥିବା ଭିମସାରର ପୂର୍ବତନ ନିର୍ଦେଶକ ଡା.ଅଶ୍ବିନୀ ପୂଜାହାରୀ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଡା.ପୂଜାହାରୀ ଏଆଇସିସି ସଭାପତି ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ଗତ ନିର୍ବାଚନରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳ ଆଶାନୁରୂପ ଭୋଟ ନ ପାଇବା ପରେ ଗତ ୨୬ ତାରିଖରେ ଜିଲ୍ଲା କଂଗ୍ରେସ ଭବନରେ ହୋଇଥିବା ସମୀକ୍ଷା ବୈଠକରେ କର୍ମୀମାନେ ଡା. ପୂଜାହାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଘଟଣାକୁ କଂଗ୍ରେସ କାର୍ଯ୍ୟାଳୟରେ ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା। ତେବେ ଡା.ପୂଜାହାରୀଙ୍କୁ ଅମପାନିତ କରାଯାଇଥିବା ତଥା ତାଙ୍କର ଜଣେ ସମର୍ଥକଙ୍କୁ ମାଡ଼ ମରାଯାଇଥିବା ଘଟଣାରେ କ୍ଷୁବ୍ଧ ହୋଇ ଡା.ପୂଜାହାରୀ ତାଙ୍କ ପଦରୁ ଇସ୍ତଫା ଦେଇଥିବା ଜିଲ୍ଲା ସଭାପତି ଅଶ୍ବିନୀ ଗୁରୁଙ୍କୁ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି।