ଆଇସିସି ଅଧ୍ୟକ୍ଷ ନିର୍ବାଚନ: ଭାରତ-ପାକିସ୍ତାନ ମୁହାଁମୁହିଁ

ଆଇସିସି ଅଧ୍ୟକ୍ଷ ନିର୍ବାଚନ: ଭାରତ-ପାକିସ୍ତାନ ମୁହାଁମୁହିଁ

ଆଇସିସି ଅଧ୍ୟକ୍ଷ ନିର୍ବାଚନ: ଭାରତ-ପାକିସ୍ତାନ ମୁହାଁମୁହିଁ
ମୁମ୍ବାଇ: ଏଥର କି୍ରକେଟ ପଡ଼ିଆରେ ନ ହେଲେ ବି ବିଶ୍ୱ କି୍ରକେଟର ପ୍ରଶାସନିକ ମୁଖ୍ୟାଳୟ ଆନ୍ତର୍ଜାତିକ କି୍ରକେଟ ପରିଷଦ (ଆଇସିସି) ରେ ଏବେ ଦୁଇ ପଡେ଼ାଶୀ ତଥା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଆଇସିସିର ନୂତନ ଅଧ୍ୟକ୍ଷ ନିର୍ବାଚନ କିପରି ହେବ, ଏହାକୁ ନେଇ ଆଇସିସି କୌଣସି ନିଷ୍ପତ୍ତି ନେଇପାରୁନାହିଁ । ଏହି ପ୍ରସଙ୍ଗରେ ଆଇସିସି ଗୋଟିଏ ପାଦ ଆଗକୁ ବଢ଼ୁଥିବା ବେଳେ ଦୁଇ ପାଦ ପଛକୁ ବଢ଼ୁଛି । ପାକିସ୍ତାନ କି୍ରକେଟ ବୋର୍ଡ (ପିସିବି) ସହ ସୁସମ୍ପର୍କ ଥିବା କିଛି ଦେଶର କି୍ରକେଟ ବୋର୍ଡ ଦାବି କରୁଛନ୍ତି ଯେ ଆଇସିସି ଅଧ୍ୟକ୍ଷ ନିର୍ବାଚନ ପୂର୍ଣ୍ଣ ବହୁମତ (୨/୩) ଭିତରେ ହେଉ । ତେବେ ଭାରତୀୟ କି୍ରକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଇଂଲଣ୍ଡ କି୍ରକେଟ ବୋର୍ଡ ସହ ଅଧିକାଂଶ ଦାବି କରୁଛନ୍ତି ଯେ ବହୁମତ (୫୦ ପ୍ରତିଶତରୁ ଅଧିକ)ରେ ହେଉ । ଏହି ସନ୍ଦର୍ଭରେ ଟେଲିକନଫରେନ୍ସିଂ ଜରିଆରେ ଆଇସିସିର ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଟଣାଓଟରା ଯୋଗୁଁ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ଆଇସିସିରେ ଏବେ ମୋଟ ୧୭ଟି ଭୋଟ ରହିଛି । ପୂର୍ଣ୍ଣ ବହୁମତ ବା ଦୁଇ ତୃତୀୟାଂଶ ଭିତ୍ତିରେ ଅଧ୍ୟକ୍ଷ ନିର୍ବାଚିତ ହେବାକୁ ହେଲେ ତାଙ୍କୁ ୧୨ଟି ଭୋଟ ହାସଲ କରିବାକୁ ପଡ଼ିବ । ତେବେ ସାଧାରଣ ବହୁମତରେ ୯ଟି ଭୋଟ ପାଇଥିବା ବେଳେ ପ୍ରାର୍ଥୀ ବିଜୟୀ ଘୋଷିତ ହେବ । ବର୍ତ୍ତମାନ ଏହାକୁ ନେଇ ଆଇସିସି ୨ ଭାଗରେ ବିଭକ୍ତ ହୋଇଯାଇଛି । ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫି୍ରକା ଏବଂ ୭ଟି ଅନ୍ୟ କି୍ରକେଟ ବୋର୍ଡକୁ ମିଶାଇ ୧୧ ଜଣ ଗୋଟିଏ ପଟେ ଅଛନ୍ତି । ଅନ୍ୟପଟେ ଅଛନ୍ତି ଆଇସିସିର ଅନ୍ତରୀଣ ଅଧ୍ୟକ୍ଷ ଇମ୍ରାନ ଖ୍ୱାଜା, ନିଦେ୍ର୍ଧଶକ ଇନ୍ଦ୍ରା ନୁୟି, ପିସିବି ଏବଂ ୩ଟି ସହଯୋଗୀ ସଦସ୍ୟ । ଏହାକୁ ନେଇ ଆଇସିସିରେ ଭାରତ ପାକିସ୍ତାନ ଲଢେ଼ଇ । ବିସିସିଆଇ ଆଗକୁ କ’ଣ ନିଷ୍ପତ୍ତି ନେଉଛି; ତାହା ଉପରେ ସମସ୍ତଙ୍କ ନଜର ରହିଛି । ଆଇସିସି ଅଧ୍ୟକ୍ଷ ନିର୍ବାଚନ କିପରି ହେବ, ତା’ର କୌଣସି ଲିଖିତ ନିୟମାବଳୀ ନାହିଁ । ଆଇସିସି ବୋର୍ଡ ଯାହା ନିଷ୍ପତ୍ତି ନେଇଥାଆନ୍ତି, ସେହିପରି ହୋଇଥାଏ । ତେଣୁ ସଦସ୍ୟମାନେ ଚାହିଁଲେ ଏହି ସମସ୍ୟାର ସମାଧାନ କରିପାରିବେ । ଏପରି ପରିସ୍ଥିତିରେ ଦେଖିବା କଥା ଯେ ବିସିସିଆଇ କ’ଣ ନିଷ୍ପତ୍ତି ନେଉଛି । ବିସିସିଆଇର ସମର୍ଥକ ଦେଶର କି୍ରକେଟ ବୋର୍ଡ ଚାହାନ୍ତି ଯେ ଏବେ ବିସିସିଆଇର ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲି ଆଇସିସି ଅଧ୍ୟକ୍ଷ ହୁଅନ୍ତୁ ଏବଂ ଯଦି ଆବଶ୍ୟକ ହୁଏ ସେ ନିର୍ବାଚନ ଲଢ଼ନ୍ତୁ । ଏହି ପରିପ୍ରେକ୍ଷୀରେ ବିସିସିଆଇ ଏବଂ ଗାଙ୍ଗୁଲି ସେମାନଙ୍କ ମନୋଭାବ ସ୍ପଷ୍ଟ କରି ନାହାନ୍ତି ।