୨୦ଟି ସାମଗ୍ରୀ ଉପରେ ବଢ଼ିବ ସୀମା ଶୁଳ୍କ

୨୦ଟି ସାମଗ୍ରୀ ଉପରେ ବଢ଼ିବ ସୀମା ଶୁଳ୍କ

୨୦ଟି ସାମଗ୍ରୀ ଉପରେ ବଢ଼ିବ ସୀମା ଶୁଳ୍କ
ନୂଆଦିଲ୍ଲୀ: ଗଲୱନ ଘଟଣା ପରେ ଚୀନକୁ ସବୁ ଆଡୁ ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଚାପଗ୍ରସ୍ତ କରିବାକୁ ଚେଷ୍ଟା ଚଳାଇଛି ଭାରତ । ଏଥିପାଇଁ ସୁଚିନ୍ତିତ ରଣନୀତି ପ୍ରସ୍ତୁତି କରୁଛନ୍ତି କେନ୍ଦ୍ର ସରକାର । ଏହାକୁ ଦୃଷ୍ଟିରେ ରଖି ଚୀନରୁ ଆମଦାନୀ କରାଯାଉଥିବା ୨୦ଟି ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରିବାକୁ ସରକାର ଯୋଜନା କରୁଛନ୍ତି । ବିଶେଷ କରି କ୍ୟାମେରା, ଲାପଟପ, ବୟନ ଶିଳ୍ପ ଓ ଆଲୁମିନିୟମ ସାମଗ୍ରୀ ଉପରେ ଅଧିକ ସୀମା ଶୁଳ୍କ ଲାଗୁ କରିବାକୁ ଲକ୍ଷ୍ୟ ରଖିଥିବା ଜଣାଯାଇଛି । ଏହା ଫଳରେ ଆଗକୁ ଦେଶରେ କ୍ୟାମେରା ଏବଂ ଲାପଟପ ମହଙ୍ଗା ହୋଇପାରେ । ଏଥିପାଇଁ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଅର୍ଥ ବିଭାଗକୁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବ ଏବେ ଅର୍ଥ ବିଭାଗ ମଞ୍ଜୁରି ଦେବା ପରେ ଏହାକୁ ଲାଗୁ କରିବ ବାଣିଜ୍ୟ ମନ୍ତ୍ରାଳୟ । ଭାରତ ଚୀନ ମଧ୍ୟରେ ସମ୍ପ୍ରତି ବାଣିଜ୍ୟ ନିଅଣ୍ଟ ଢେ଼ର ଅଧିକ ରହିଛି । ତେଣୁ ଏହାକୁ କମାଇବା ପାଇଁ ଭାରତ ସରକାର ଆମାଦାନୀ କମ କରିବାକୁ ଲକ୍ଷ୍ୟ ରଖିଛନ୍ତି । ୨୦୧୯-୨୦ ରେ ଉଭୟ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ ନିଅଣ୍ଟ ପ୍ରାୟ ୪୮.୭ ବିଲିୟନ ଆମେରିକୀୟ ଡଲାର ରହିଥିଲା । ଏଥିସହ ଚୀନ ଭାରତରୁ ଅଧିକ ଆମଦାନୀ କରୁନଥିବା ଅଭିଯୋଗ କରିଛି ଭାରତ । ଯେଉଁଥିପାଇଁ ବାଣିଜ୍ୟ ନିଅଣ୍ଟ ବଢ଼ିବାରେ ଲାଗିଥିବା ଭାରତ ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ଚୀନର ଶତାଧିକ ଆପକୁ ନିଷିଦ୍ଧ କରି ତାକୁ ବଡ଼ ଝଟକା ଦେଇଥିଲା ଭାରତ ।