ଅର୍ଜୁନଙ୍କୁ ଜୀବନସାଥୀ କଲେ ପୂର୍ଣ୍ଣିମା

ଅର୍ଜୁନଙ୍କୁ ଜୀବନସାଥୀ କଲେ ପୂର୍ଣ୍ଣିମା

ଅର୍ଜୁନଙ୍କୁ ଜୀବନସାଥୀ କଲେ ପୂର୍ଣ୍ଣିମା
ଭୁବନେଶ୍ୱର - ଆନ୍ତର୍ଜାତୀୟ ଆଥଲେଟ୍ ତଥା ହେପଟାଥଇନ୍ ବିଶେଷଜ୍ଞ ଓଡ଼ିଶାର ପୂର୍ଣ୍ଣିମା ହେମୁମ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ଭାରତୀୟ ସେନାରେ ନିଯୁକ୍ତ ଜାତୀୟସ୍ତରର ଫୁଟବଲ ଖେଳାଳୀ ଅର୍ଜୁନ ଟୁଡୁଙ୍କୁ ଶନିବାର ବିବାହ କରିଛନ୍ତି । ପାରମ୍ପରିକ ନୀତି ନିୟମ ମଧ୍ୟରେ ବିବାହ ଅନୁଷ୍ଠିତ ହୋଇଛି । ଏଥିରେ ପୂର୍ଣ୍ଣିମାଙ୍କ ପ୍ରଶିକ୍ଷକ ସଞ୍ଜୟ ଗଡ଼ନାୟକ ଓ ତାଙ୍କ ପତ୍ନୀ ବିନୋଦିନୀ, ଫିଜିଓ ଡ.ଶୋଭେନ କୁମାର, ପୂର୍ବତନ ଜାତୀୟ ଫୁଟବଲ ଖେଳାଳି କୁବେର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ମୟୂରଭଞ୍ଜ ଜିଲ୍ଲାର ଦୁଖିଆ ଓ ଧାନିଆ ହେମ୍ବ୍ରମଙ୍କ କନ୍ୟା ପୂର୍ଣ୍ଣିମା ଜାତୀୟସ୍ତରରେ ହେପଟାଥଇନରେ ଏକାଧିକ ସଫଳତା ପାଇବା ପରେ ୨୦୧୫ ରେ ଉହାନ୍ରେ ଆୟୋଜିତ ଏସିଆନ ଚମ୍ପିଆନସିପ୍ରେ ହେପ୍ଟାଥଇନରେ ବ୍ରୋଞ୍ଜ ଓ ୨୦୧୭ ରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ମଧ୍ୟ ବ୍ରୋଞ୍ଜ ଏସିଆନ୍ ଇନଡୋର ଓ ମାର୍ଶାଲ ଆର୍ଟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଇଷ୍ଟକୋଷ୍ଟ ରେଳବାଇରେ କାର୍ଯ୍ୟରତ ପୂର୍ଣ୍ଣିମା ଏବେ କଳିଙ୍ଗ ଇନଷ୍ଟିଚୁ୍ୟଟ ଅଫ୍ ସୋସିଆଲ ସାଇନସେସ୍ (କିସ୍) ରେ ସଞ୍ଜୟ ଗଡ଼ନାୟକଙ୍କଠାରୁ ପ୍ରଶିକ୍ଷଣ ହାସଲ କରୁଛନ୍ତି ।