ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ବୈଠକ

ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ବୈଠକ

ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ବୈଠକ
ଗୁଡଭେଲା/ତୁଷୁରା - ବଲାଙ୍ଗିର ଜିଲା ଗୁଡଭେଲା ବ୍ଳକ କାର୍ଯ୍ୟାଳୟ ପରିଷରରେ ସୋମବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ୨୦୧୮-୧୯ ବର୍ଷ ବୈଠକ ବ୍ଳକ ବିଡିଓ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ଉପ ଜିଲାପାଳ ସଞ୍ଜୟ ମିଶ୍ର, ବ୍ଳକ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା ଯୋଗ ଦେଇ ଶ୍ରମିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିବା ବେଳେ ଠିକ ସମୟରେ ଶ୍ରମିକମାନେ ପାଉଣା ପାଉ ନଥିବାରୁ ଅସନ୍ତୋଷ ଦେଖା ଦେଇଥିଲା । ଉକ୍ତ ବୈଠକକୁ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ହିମାଶୁଂ ଶେଖର ମିଶ୍ର ପରିଚାଳନା କରିଥିବା ବେଳେ ବ୍ଳକ ସାମାଜିକ ସମୀକ୍ଷକ ସତ୍ୟନାରାୟଣ କର୍ମୀ ସହଯୋଗ କରିଥିଲେ । ଏପିଓ ଦାୟିତ୍ୱରେ ଥିବା ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ, ଭିଆରପି ଓ ବ୍ଳକର ବିଭିନ୍ନ କର୍ମଚାରୀ ଉପସ୍ଥିତ ଥିଲେ ।