ମୋଟାପଣ ନିୟନ୍ତ୍ରଣ କରିବ କଦଳୀ ଚୋପା
ମୋଟାପଣ ନିୟନ୍ତ୍ରଣ କରିବ କଦଳୀ ଚୋପା
admin
May 21, 2021 - 11:49
Updated: May 21, 2021 - 11:49
କଦଳୀ ଏପରି ଏକ ଫଳ ଯାହା ସବୁ ଋତୁରେ ସବୁ ସମୟରେ ସହଜରେ ମିଳେ । ପ୍ରାଚୀନ କାଳରୁ ଭାରତର ଏହି ଫଳକୁ ପୂଜା କାର୍ଯ୍ୟ ବ୍ୟବହାର କରାଯିବା ସହିତ ଘରେ ଖାଦ୍ୟ ପଦାର୍ଥ ରୂପରେ ମଧ୍ୟ ବ୍ୟବହାର କରାଯାଇଆସୁଛି । ସନାତନ ଧର୍ମରେ ବର୍ଣ୍ଣନା ରହିଛି କି ଭଗବାନ ବିଷ୍ଣୁଙ୍କୁ କଦଳୀ ଅତ୍ୟନ୍ତ ପ୍ରିୟ । ସେଥିପାଇଁ ଗୁରୁବାର ଦିନ କଦଳୀ ଗଛକୁ ପୂଜା କରାଯାଇଥାଏ । ଏହି ଗଛରେ ଭଗବାନ ବିଷ୍ଣୁ ବାସ କରୁଥିବା ମାନ୍ୟତା ରହିଛି । ଆଜି ଭାରତରେ ଲୋକମାନେ କଦଳୀ ପତ୍ରରେ ଭୋଜନ କରିବାକୁ ପସନ୍ଦ କରିଥାନ୍ତି । କଦଳୀ ସ୍ୱାସ୍ଥ୍ୟ ଓ ସୁନ୍ଦରତା ଉଭୟ କ୍ଷେତ୍ରରେ ଲାଭଦାୟକ । ଏହାର ସେବନରେ ଶରୀରକୁ ତୁରନ୍ତ ଉର୍ଜ୍ଜ ମିଳିଥାଏ । କଦଳୀ ଖାଇବା ଦ୍ୱାରା ଓଜନ ବଢ଼ିଥାଏ । ପତଳା ଲୋକଙ୍କ ପାଇଁ କଦଳୀ ଔଷଧରୁ କମ ନୁହେଁ । କିନ୍ତୁ କଦଳୀ ଚୋପା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଏହା ବଢ଼ୁଥିବା ଓଜନକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଯଦି ଏବିଷୟରେ ଆପଣ ଜାଣିନାହାନ୍ତି ତେବେ ଜାଣିବା କଦଳୀ ଚୋପା କିପରି ଓଜନ କମ କରିବାରେ ସାହାଯ୍ୟ କରେ ।
କଦଳୀ ଚୋପା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଏହାର ସେବନ କରିବା ଦ୍ୱାରା ଏହା ଶରୀର ଉପରେ ଅନୁକୂଳ ପ୍ରଭାବ ପକାଇଥାଏ । ବଜାରରେ କଳଦୀ ଚୋପା ପାଉଡର ମଧ୍ୟ ଉପଲବ୍ଧ ହେଉଛି । ଆପଣ ଚାହିଁଲେ ବି ଏହାକୁ କିଣି ସେବନ କରି ପାରିବେ ନହେଲେ କଳଦୀ କିଣି ତାହାର ଚୋପାକୁ ସେବନ କରି ପାରିବେ । ବିଶେଷଜ୍ଞଙ୍କ ମତରେ ଯଦି ନିୟମିତ ରୂପରେ କଦଳୀ ଚୋପା ସେବନ କରୁଛନ୍ତି ତେବେ ଆପଣ ଆପଣଙ୍କ ଓଜନକୁ ନିୟନ୍ତ୍ରଣରେ ରଖିପାରିବେ । ଏଥିରେ ମିଳୁଥିବା ପୋଷାକ ତତ୍ତ୍ୱ ଓଜନ କମାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଫଳ ଖାଇବା ତୁଳନାରେ ଚୋପାରେ ୧୦ ପ୍ରତିଶତ ଅଧିକ ଫାଇବର ଶରୀରକୁ ମିଳେ । ପାଚିଲା କଦଳୀ ଚୋପାରେ ଆବଶ୍ୟକ ଏମିନୋ ଏସିଡ ମିଳେ । ଯାହା ପାଚନ ପ୍ରକିୟାକୁ ସୁସ୍ଥ ରଖେ । ଏହା ସହିତ ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ମିଳେ । ଏହା ସେବନରେ ଇମୁନିଟି ସିଷ୍ଟମ ମଜୁବତ ହୋଇଥାଏ । ଏଥିରେ ଭିଟାମିନ ସି, ଭିଟାମିନ ବି୬, ପୋଟାସିୟମ, ମ୍ୟାଗ୍ନେସିୟମ ମିଳେ । ଯାହା ସ୍ୱାସ୍ଥ୍ୟ ଓ ସୁନ୍ଦରତା ଉଭୟ ପାଇଁ ଲାଭଦାୟକ । ଫାଇବର ପାଚନ ତନ୍ତ୍ରକୁ ମଜବୁତ କରିଥାଏ ।
କେତେକ ପରୀକ୍ଷାରେ କଦଳୀ ଚୋପା ସୁପର ଫୁଡ କୁହାଯାଇଛି । ଏହାକୁ ସେବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । କଦଳୀ ଚୋପାକୁ ଫୁଟାଇ ଏହାର ଘୋଷ ପ୍ରସ୍ତୁତ କରି ସେବନ କରି ପାରିବେ । ଏହାଛଡ଼ା କଞ୍ଚା କଦଳୀ ଚୋପାକୁ ଭାଜି ମଧ୍ୟ ସେବନ କରି ପାରିବେ ସେଥିପାଇଁ ପ୍ରଥମେ କଦଳୀ ଚୋପାକୁ ଭଲ ଭାବରେ ଧୋଇ ନେବା ଉଚିତ ।